fbpx

ତନ୍ତ୍ର ପୂଜାର ଭିଡିଓ ଭାଇରାଲ: ସନ୍ଦେହରେ ଭାଇ,ଭାଉଜଙ୍କୁ ଆକ୍ରମଣ କଲା ସାନଭାଇ

ବାଲେଶ୍ୱର: ତାନ୍ତ୍ରିକ ପୂଜାର ଭିଡିଓ ଭାଇରାଲ ପଛରେ ପୁତୁରାର ହାତ ଥିବା ସନ୍ଦେହ କରି ଭାଇ, ଭାଉଜ ସମେତ ପୁତୁରାକୁ ଆକ୍ରମଣ କଲା ସାନଭାଇ । ବାଲିଆପାଳ ଥାନା କାଳିପଦା ଅଞ୍ଚଳରେ ଜଣେ କାଳୀ ମନ୍ଦିର ପୂଜକ ତାନ୍ତ୍ରିକ କାମ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହାକୁ କେନ୍ଦ୍ର କରି ଉକ୍ତ ପୂଜକ ନିଜର ବଡ଼ଭାଇ,ଭାଉଜ, ପୁତୁରାକୁ ମାଡମାରିବାଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କାଳିପଦା ଅଞ୍ଚଳରେ ନିଜକୁ ତାନ୍ତ୍ରିକ ବୋଲାଉଥିବା ନିତ୍ୟାନନ୍ଦ ଦାସ ମିଛ ପ୍ରଲୋଭନ ଦେଖାଇ ଅନେକ ସମୟରେ ଗୁଣି ଗାରେଡ଼ି କରି ଲୋକଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ହଡ଼ପ କରନ୍ତି । ଗତ କିଛି ଦିନ ତଳେ ଉକ୍ତ ତାନ୍ତ୍ରିକ କୋଭିଡ ନିୟମ ଉଲଙ୍ଘନ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ତେବେ ତାନ୍ତ୍ରିକ ଜଣକ ତାଙ୍କ ବଡ଼ ଭାଇଙ୍କର ପୁଅ ବଳରାମ ଦାସଙ୍କର ଉକ୍ତ ଭିଡିଓ ଭାଇରାଲରେ ହାତ ଅଛି ବୋଲି ପ୍ରତିବାଦକରି ଭଗବାନ ଦାସଙ୍କ ପରିବାରକୁ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ଭଗବାନ ଦାସଙ୍କ ପରିବାରରେ ୩ ଜଣ ଆହତ ହୋଇ ବାଲିଆପାଳ ଥାନାରେ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଜାରି ରଖିଛି ! ଅପରପକ୍ଷରେ ନିତ୍ୟାନନ୍ଦ ଦାସ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିବା ସହିତ, ପରିବାର ମଧ୍ୟରେ ଜମିଜମା ସଂକ୍ରାନ୍ତୀୟ ଗଣ୍ଡଗୋଳ ହୋଇଥିବା ସ୍ୱୀକାର କରିଛନ୍ତି।

Get real time updates directly on you device, subscribe now.