fbpx

ରଥ-ପଥ ସବୁ ପ୍ରସ୍ତୁତ; ବିଜେ କରିବେ କାଳିଆ ସାଆନ୍ତ

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀକ୍ଷେତ୍ରରେ ସରିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଶ୍ରୀଜଗନ୍ନାଥଙ୍କ ସମେତ ସର୍ବ ଶ୍ରୀଜିଉଙ୍କ ବିଜେ ଲାଗି ପ୍ରସ୍ତୁତ ହୋଇଛି ରଥ ଓ ପଥ। ଏହି କ୍ରମରେ ରବିବାର ତିନି ରଥରେ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ନୀତି ସମ୍ପନ୍ନ ହୋଇଯାଇଛି। ଏହା ପରେ ତିନି ରଥକୁ ସିଂହଦ୍ବାର ଚକଡ଼ାକୁ ନିଆଯାଉଛି।

ନୀତି ନିର୍ଘଣ୍ଟ ଅନୁଯାୟୀ, ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଓ ସକାଳ ଧୂପ ସାଢ଼େ ୮ଟା ସୁଦ୍ଧା ସରିଥିଲା। ସକାଳ ୮ଟା ୪୫ରେ ରଥକୁ ଆଜ୍ଞାମାଳ ବିଜେ ନୀତି କରାଯିବା ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବ।

ଅନ୍ୟପକ୍ଷରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି। ରବିବାର ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ବଡ଼ଦାଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିବ। ଏପରିକି ଔଷଧ ଦୋକାନ ଖୋଲିବା ନେଇ ପ୍ରତିବନ୍ଧକ ଲାଗିଛି। ସେହିପରି କେହି ବାହାର ଲୋକ ସହର ଭିତରେ ପ୍ରବେଶ କରିପାରିବେ ନାହିଁ ଏବଂ ବଡ଼ଦାଣ୍ଡରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

Get real time updates directly on you device, subscribe now.