fbpx

ଆଫଗାନିସ୍ତାନରୁ ରାଷ୍ଟ୍ରଦୂତ ଫେରାଇଲା ଭାରତ: ଜାଣନ୍ତୁ କାହିଁକି

କାବୁଲ: ଭାରତର ପଡୋଶକୀ ରାଷ୍ଟ୍ର ଆଫଗାନିସ୍ତାନରୁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ପଡୋଶୀ ରାଷ୍ଟ୍ର ଭାବରେ ଆଫଗାନିସ୍ତାନ ସହିତ ଭାରତର କୂଟନୈତିକ ସମ୍ପର୍କ ବଢିଆ, ମାତ୍ର ବର୍ତ୍ତମାନ ଆଫଗାନିସ୍ତାନରେ ଦେଖା ଦେଇଥିବା ଆତଙ୍କୀଙ୍କ ପ୍ରାଦୁର୍ଭାବ କାରଣରୁ ଭାରତ ଏଭଳି ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନରୁ ଆମେରିକା ଏହାର ସେନା ପ୍ରତ୍ୟାହାର କରିବା ପରେ ଆଫଗାନିସ୍ତାନ ବର୍ତ୍ତମାନ ରଣକ୍ଷେତ୍ରରେ ରୂପାନ୍ତର ହୋଇଛି । ଆଫଗାନିସ୍ତାନରେ ତାଲିବାନ ଆତଙ୍କୀ ମାନେ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ଚାଲିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ନିୟୋଜିତ ସମସ୍ତ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଥିଲେ ଭାରତ ସରକାର । ଶନିବାର ଭାରତୀୟ ବାୟୁସେନା ସ୍ୱତନ୍ତ୍ର ବିମାନ ଜରିଆରେ ୫୦ରୁ ଅଧିକ ରାଷ୍ଟ୍ରଦୂତଙ୍କୁ ଭାରତ ଅଣାଯାଇଛି । ଏହା ସହିତ କାନ୍ଦାହାରରେ ରହିଥିବା ଭାରତୀୟ ଦୂତାବାସକୁ ମଧ୍ୟ ସାମୟିକ ଭାବରେ ବନ୍ଦ କରି ଦିଆଯାଇଛି । ଏହା ସହିତ ଆଫଗାନିସ୍ତାନରେ ନିଯୁକ୍ତ ହୋଇଥିବା ଆଇଟିବିପି ପୋଲିସର କର୍ମୀ ମାନଙ୍କୁ ମଧ୍ୟ ଭାରତ ଅଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତାଲିବାନୀ ଆତଙ୍କୀ ମାନେ ସକ୍ରିୟ ହୋଇ ଉଠିଛନ୍ତି । ଆତଙ୍କୀ ମାନେ କାବୁଲ ସମେତ ଦକ୍ଷିଣ ଆଫଗାନିସ୍ତାନକୁ ଅକ୍ତିଆର କରିଥିବା ବେଳେ ପ୍ରାୟ ୨୦୦ ଆତଙ୍କୀଙ୍କୁ ନିପାତ କରିବାରେ ସେନା ସଫଳ ହୋଇଛି ।

Get real time updates directly on you device, subscribe now.