fbpx

ୟୁପିରେ ହାଇ ଆଲର୍ଟ : ୨ ଅଲକାଏଦା ଆତଙ୍କୀ ଗିରଫ

ନୂଆଦିଲ୍ଳୀ: ପୁଣି ଥରେ ହାଇ ଆଲର୍ଟରେ ଉତ୍ତର ପ୍ରଦେଶ । ରବିବାର ଉତ୍ତର ପ୍ରଦେଶରୁ ଦୁଇ ଜଣ ଅଲକାଏଦା ଆତଙ୍କୀ ଗିରଫ ହେବା ସହିତ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନøରୁ ଦୁଇ ଆତଙ୍କୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଉତ୍ତର ପ୍ରଦେଶ ଏଟିଏସ୍ । ବିସ୍ଫୋରକ ଭର୍ତ୍ତି ଥିବା ଏକ ପ୍ରେସର କୁକର ବୋମା ମଧ୍ୟ ଜବତ କରିଛି ଏଟିଏସ ।

ଦୁଇ ଅଲକାଏଦା ଆତଙ୍କୀ ଲକ୍ଷେ୍ନøରେ ଏକ ବଡ ଧରଣର ବିସ୍ଫୋରଣ କରାଇବାର ଯୋଜନାରେ ଥିଲେ ବୋଲି ଜଣାପଡିଛି । ଏହି ଦୁଇ ଆତଙ୍କୀଙ୍କ ପରିଚୟ ଗୋପନ ରଖାଯାଇଥିବା ବେଳେ ଉଭୟଙ୍କର କାଶ୍ମୀର ଲିଙ୍କ ରହିଥିବା କୁହଯାଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଥିବା ନେଇ ଏଟିଏସର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.