fbpx

ମହିଳା ଚେସ୍ ବିଶ୍ୱକପ୍: ବିଜୟରୁ ପଦ୍ମିନୀଙ୍କ ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାର ଚେସ ଖେଳାଳି ପଦ୍ମିନୀ ରାଉତ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛନ୍ତି । ଆଇଏମ୍ ପଦ୍ମିନୀ ପ୍ରଥମ ରାଉଣ୍ଡରେ ଆଜରବୈଜାନର ଡବ୍ଲ୍ୟୁଜିଏମ୍ ଉଲଭିୟା ଫାଟାଲିୟେଭାଙ୍କୁ ପରାସ୍ତ କରିଛନ୍ତି ।

ଋଷିଆର ସୋଚିରେ ଆୟୋଜିତ ହେଉଥିବା ଏହି ଚେସ ଚାମ୍ପିଅନଶିପର ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି ପଦ୍ମିନୀ । ଏସିଆନ ମହିଳା କଣ୍ଟିନେଣ୍ଟାଲ ଚାମ୍ପିଅନଶିପରେ ବିଜୟୀ ହୋଇ ପଦ୍ମିନୀ ବିଶ୍ୱ ଚାମ୍ପିଅନଶିପ ଯୋଗ୍ୟତା ଅର୍ଜନ କରିଥିଲେ ।

Get real time updates directly on you device, subscribe now.