ଦେଶରେ ପୁଣି ବଢ଼ିଲା କରୋନା, ଆଜି ୨୦୨୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଥିଲା । ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୨୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯ ହଜାର ୩୩୮କୁ ବୃଦ୍ଧି ପାଇଛି । ଦିନକରେ ୩୧ ହଜାର ୪୪୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୭ ହଜାର ୨୮୨କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୭ ହଜାର ୭୭୮ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୬୩ ଲକ୍ଷ ୭୨୦ ହଜାର ୬୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୩୮ କୋଟି ୧୪ ଲକ୍ଷ ୬୭ ହଜାର ୬୪୬ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।