fbpx

ପୋଖରୀପୁଟରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ଛାନଭିନ୍ କରୁଛି ଜିଆରପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ କରୋନା ମହାମାରୀ ପାଇଁ କଲବଲ ହେଉଛନ୍ତି ଲୋକେ । ସମ୍ପୂର୍ଣ୍ଣ ଭୟ ଟଳିନି କି କଟକଣା ହଟିନି । ଅନ୍ୟପଟେ ରାଜଧାନୀରେ କ୍ରାଇମ୍ କମିବାର ନାଁ ଧରୁନି । ହତ୍ୟା, ଲୁଟ୍, ଛିନତାଇ ଆଦି ଘଟଣା ବଢ଼ିବାରେ ଲାଗିଛି । ଏହିକ୍ରମରେ ପୋଖରୀପୁଟ ଓଭରବ୍ରିଜ ତଳ ରେଳ ଧାରାଣାରୁ ଏକ ଅପରିଚିତ ଓ ଖଣ୍ଡବିଖଣ୍ଡିତ ମୃତ ଶରୀର ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣା କିଛି ସ୍ପଷ୍ଟ ହୋଇନି ।

ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ପୋଲିସ ଉପସ୍ଥିତିରେ ସଦସ୍ୟା ମଧୁସ୍ମିତା ପୃଷ୍ଟି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ତେବେ ଟ୍ରେନ ମାଡ଼ରେ ମୃତ୍ୟୁ ହୋଇଥିବା କିନ୍ତୁ ଜଣାପଡ଼ିଛି ଏବଂ ମୃତକଙ୍କ ହାତଟି ୩୦୦ ମିଟର ଦୂରରେ ଥିବା ଇଲେକ୍ଟ୍ରିକାଲ ଡିଭିଜନ ନିକଟରେ ପଡ଼ିଥିଲା । ସେହିପରି ମୁଣ୍ଡଟି ଅଲଗା ହୋଇ ରେଳ ଟ୍ରାକର ଅନେକ ଦୂରରେ ପଡ଼ିଥିଲା । ମୃତ ବ୍ୟକ୍ତିଙ୍କ ପରିଚୟ ପାଇଁ ପୋଲିସ୍ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.