ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ଗତ ସପ୍ତାହରେ ଜେଲ ହେବାପରେ ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କୁ ଜେଲ ହେବା ଘଟଣାର ବିରୋଧ କରି ଦୁଇଟି ରାଜ୍ୟରେ ହିଂସା ଦେଖିବାକୁ ମିଳିଛି । ଏହି ହିଂସା କାଣ୍ଡରେ ୭୨ ଜଣକର ମୃତ୍ୟୁ ହୋଇଥିବାବେଳେ ୧୨୩୪ ଜଣକୁ ଗିରଫ କରାଯାଇଛି । ଆନ୍ଦୋଳନକାରୀ ଅଫିସ୍, ଦୋକାନ ବଜାର ଆଦି ପୋଡ଼ାଜଳା ମଧ୍ୟ କରୁଛନ୍ତି ।
ତେବେ ଏହି ହିଂସାକାଣ୍ଡ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ମା’ ନିଜ ଛୁଆର ଜୀବନ ବଞ୍ଚାଇବା ପାଇଁ ପ୍ରଥମ ମହଲା ବିଲ୍ଡିଂରୁ ତଳକୁ ଫିଙ୍ଗିଛନ୍ତି । ହିଂସା ଯୋଗୁଁ ଆନ୍ଦୋଳନକାରୀମାନେ ଲଗାଇଥିବା ଏକ ବିଲ୍ଡିଂରେ ନିଆଁ ଲାଗିଥିଲା ଆଉ ଏହି ନିଆଁରୁ ବଞ୍ଚାଇବା ପାଇଁ ଜଣେ ମା’ କିପରି ନିଜ ଛୁଆକୁ ତଳକୁ ପିଙ୍ଗି ଛୁଆର ଜୀବନ ବଞ୍ଚାଇବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ଘଟଣା ଅନୁଯାୟୀ ଡର୍ବାନ ଅଞ୍ଚଳର ନାଳନ୍ଦୀ ମାନୟୋନୀ ନାମକ ଜଣେ ମହିଳା ନିଜ ସନ୍ତାନକୁ ନିଆଁରୁ ବଞ୍ଚାଇବା ପାଇଁ ତଳକୁ ଫିଙ୍ଗିଥିଲେ । ନାଳନ୍ଦୀ ମାନୟୋନୀ ରହୁଥିବା ବିଲ୍ଡିଂରେ ହିଂସା ଯୋଗୁଁ ନିଆ ଲାଗିଥିଲା । ତେବେ ସେଠାରୁ ବାହାରିବାର ଅନ୍ୟ କୌଣସି ଉପାୟ ନପାଇ ନାଳନ୍ଦୀ ତାଙ୍କ ଛୁଆକୁ ବଞ୍ଚାଇବା ପାଇଁ ତଳେ ଛିଡା ହୋଇଥିବା ତାଙ୍କ ପଡୋଶୀଙ୍କ ହାତକୁ ଫିଙ୍ଗିଥିଲେ ।
ଏହି ହୃଦୟ ବିଦାରକ ଘଟଣାର ଭିଡିଓ ଜଣେ ଭାଇରାଲ ହେବାରେ ଲାଗିଛି ।
This was too painful to watch?? pic.twitter.com/WL964kZUWH
— Katlie_Moo▪️ (@Katlie_Moo) July 13, 2021