fbpx

ମୋଦୀ ସରକାରର ଗୁମର ଖୋଲିବେ ସୁବ୍ରମଣ୍ୟମ୍ ସ୍ୱାମୀ!

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ସୋସିଆଲ ମିଡିଆରେ ଏକ ବଡ଼ ଦାବି କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୱାଶିଂଟନ୍ ପୋଷ୍ଟ ଏବଂ ଲଣ୍ଡନ ଗାର୍ଜିନ୍ ରେ ଆଜି ସନ୍ଧ୍ୟାରେ ଏକ ରିପୋର୍ଟ ପ୍ରକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ମୋଦୀ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ, ଆରଏସଏସ ନେତା ତଥା ସୁପ୍ରିମକୋର୍ଟର ବିଚାରପତି ଏବଂ ସାମ୍ବାଦିକଙ୍କ ଫୋନ୍ ଟ୍ୟାପ୍ କରାଯାଇଛି । ଏଥିପାଇଁ ଇସ୍ରାଏଲ୍ କମ୍ପାନୀ ପେଗାସସ୍ କୁ କଣ୍ଟ୍ରାକ୍ଟ ଦିଆଯାଇଛି । ସ୍ୱାମୀ କହିଛନ୍ତି ଯେ ଯଦି ଏହି ଖବର ନିଶ୍ଚିତ ହୁଏ ତେବେ ମୁଁ ଏହାର ତାଲିକା ସେୟାର କରିବି।

ସ୍ୱାମୀଙ୍କ ଟୁଇଟ୍ ପରେ ଟିଏମସି ସାଂସଦ ଡେରେକ୍ ଓ ବ୍ରାୟନ୍ କହିଛନ୍ତି ଯେ, ଏହି ଫୋନ୍ ଟ୍ୟାପିଂରେ ଅନେକ ଗୁଡ଼ିଏ ବିପକ୍ଷ ଦଳର ନେତା ରହିଛନ୍ତି । ସେହିପରି ପି ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମ୍ କହିଛନ୍ତି ଯେ, ପେଗାସସ୍ ର ଖୁଲାସା ଖୁବ୍ ବଡ଼ ଧରଣର ହେବାକୁ ଯାଉଛି । ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ଶୀଲା ଭଟ୍ଟ ମଧ୍ୟ ଶନିବାର କହିଛନ୍ତି ଯେ, ଭାରତ ସହିତ ଦୁନିଆର ଅଲଗା ଅଲଗା ଦେଶ ସହ ଜଡ଼ିତ ଖୁବ୍ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ ପାଇବାକୁ ଯାଉଛି ।

Get real time updates directly on you device, subscribe now.