fbpx

ଦେଢ଼ କୋଟି ଟପିଲା ଟିକାକରଣ; ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ରାଜ୍ୟରେ ଟିକାକରଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରବିବାର ରାଜ୍ୟରେ ଟିକାକରଣ ସଂଖ୍ୟା ଦେଢ କୋଟି ଅତିକ୍ରମ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

ନବୀନ ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଟିକାକରଣ ଦେଢ କୋଟି ଅତିକ୍ରମ କରିଥିବା ନେଇ ସୂଚନା ଦେଇଛନ୍ତି । ଏହା ସହିତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଆପଣ ମାନଙ୍କ ନିରବଛିନ୍ନ ପରିଶ୍ରମ ଆମକୁ କରୋନା ମୁକାବିଲାରେ ସହାୟକ ହୋଇଛି । ଏହା ସହିତ ବର୍ଦ୍ଧିତ ସଂଖ୍ୟାର ଟେଷ୍ଟିଂ ମଧ୍ୟ ରାଜ୍ୟର କରୋନା ବିପକ୍ଷ ଲଢ଼େଇକୁ ଶକ୍ତିଶାଳୀ କରିଛି ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.