fbpx

OLA ଇଲେକ୍ଟ୍ରିକ ସ୍କୁଟରକୁ ପସନ୍ଦ କରୁଛନ୍ତି ଭାରତୀୟ, ୨୪ ଘଣ୍ଟାରେ ବୁକ୍ ହେଲା ୧ ଲକ୍ଷ ମଡେଲ

ନୂଆଦିଲ୍ଲୀ: OLA ଇଲେକ୍ଟ୍ରିକ ସ୍କୁଟରକୁ ଭାରତୀୟ ଗ୍ରାହଙ୍କ ସହଯୋଗ ମିଳୁଥିବା ଦେଖିବାକୁ ମିଳିଛି । ପ୍ରକୃତରେ ଓଲା ଇଲେକ୍ଟ୍ରିକ ସ୍କୁଟରର ବୁକିଂ ଆରମ୍ଭ କରିଛି । ତେବେ ବୁକିଂ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଏହାକୁ ୧ ଲକ୍ଷରୁ ଅଧିକ ଲୋକ ବୁକିଂ କରିଛନ୍ତି । ସୂଚନାଯୋଗ୍ୟ, ଏହି ଓଲା ଇଲେକ୍ଟ୍ରିକ ସ୍କୁଟରକୁ ବୁକ୍ କରିବା ପାଇଁ ଗ୍ରାହକ କମ୍ପାନୀର ଅଫିସିଆଲ ୱେବସାଇଟକୁ ଯାଇ କେବଳ ୪୯୯ ଟଙ୍କା ଦେଇ ବୁକ କରିପାରିବେ । ଯାହା ଫେରସ୍ତ ମଧ୍ୟ ହୋଇପାରିବ । ଏଥିପାଇଁ କେବଳ ୪୯୯ ଟଙ୍କା ଟୋକନ ରାଶି ଦେବାକୁ ହେବ । କୁହାଯାଉଛି ବୁକିଂ ଆରମ୍ଭ ହେବାର କିଛି ସପ୍ତାହ ମଧ୍ୟରେ ଭାରତୀୟ ବଜାରରେ ଲଞ୍ଚ କରିପାରେ ।

କମ୍ପାନୀ ତରଫରୁ କୁହାଯାଇଛି ଯେଉଁ ଗ୍ରାହକ ଓଲା ଇଲେକ୍ଟ୍ରିକ ସ୍କୁଟରକୁ ବୁକ କରୁଛନ୍ତି ସେମାନଙ୍କୁ ଡେଲିଭରୀ ସମୟରେ ପ୍ରାଧାନ୍ୟ ଦିଆଯିବ । ରିପୋର୍ଟ ଅନୁଯାୟୀ ଏହି ଇଲେକ୍ଟ୍ରିକ ସ୍କୁଟରରେ ଗ୍ରାହକଙ୍କୁ ୧୦୦-୧୫୦ କିଲୋମିଟରର ରେଞ୍ଜ ମିଳିବ । ଏହା ସହ ଏଥିରେ ରିମୁଭେବୁଲ ବ୍ୟାଟେରୀ ଦିଆଯାଇପାରେ । ଏହା ସହ ଡିଜିଟାଲ ଇ୍ନଷ୍ଟ୍ରୁମେଣ୍ଟ କନସୋଲ, କ୍ଲାଉଡ କନେକ୍ଟିଭିଟି, ଏବଂ ଆଲଏ ହ୍ୱିଲ ଭଳି ଫିଚର୍ସ ଦେଖିବାକୁ ମିଳିପାରେ ।

ନିକଟରେ କମ୍ପାନୀ ପକ୍ଷରୁ ଏହାର ଏକ ଭିଡିଓ ରିଲିଜ୍ କରାଯାଇଥିଲା । ଏହି ଭିଡିଓରେ ସ୍କୁଟରରେ ଷ୍ଟୋରେଜ, ଦ୍ରୁତ ସ୍ପିଡ ଏବଂ ଅଧିକ ମାଇଲେଜ ଉପରେ ଫୋକସ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଏହାର ଫିଚର୍ସ ବିଷୟରେ କୌଣସି ଅଧିକାରୀକ ସୂଚନା ଦିଆଯାଇନାହିଁ । ସୂଚନାଯୋଗ୍ୟ, ଓଲା ଇଲେକ୍ଟ୍ରିକ ସ୍କୁଟରକୁ ତାମିଲନାଡୁରେ ଓଲା ଇଲେକ୍ଟ୍ରିକ ପ୍ଲାଣ୍ଟରେ ତିଆରି କରାଯାଉଛି ।

Get real time updates directly on you device, subscribe now.