fbpx

ବାର୍ଡ ଫ୍ଲୁରେ ପ୍ରାଣ ହରାଇଲା ୧୨ ବର୍ଷର ବାଳକ, କରୋନା ପଜିଟିଭ୍ ହୋଇଥିଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାକୁ ନେଇ ଆଶଙ୍କା ଥମିନଥିବା ବେଳେ ଏହି ସମୟରେ ବାର୍ଡ ଫ୍ଲୁର ଆବିର୍ଭାବ ହୋଇଛି । ଜଣେ ୧୨ ବର୍ଷର ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ଅକାଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ବାଳକ ଜଣଙ୍କ ନିମୋନିଆ ଓ ଲିଓକୋମିଆରେ ଆକ୍ରାନ୍ତ ହୋଇ ଗତ ୨ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା । ଏହି ବାଳକଟି ଦିଲ୍ଲୀ ବାହାରର ବୋଲି ଜଣାପଡ଼ିଛି ।

ତେବେ ବାଳକଟି କୋଭିଡ୍-୧୯ ଓ ଏନଫ୍ଲୁଏନଜାରେ ସଂକ୍ରମିତ ହୋଇଥିବା ଟେଷ୍ଟରୁ ଜଣାପଡ଼ିଥିଲା । ତା’ର ଟେଷ୍ଟ ସାମ୍ପୁଲରେ କୋଭିଡ୍ ନେଗେଟିଭ୍ ଆସିଥିବା ବେଳେ ଏନଫ୍ଲୁଏନଜାରେ ପଜିଟିଭ ଆସିଥିଲା, ଯାହାକି ନନ-ଟାଇପେବୁଲ ଥିଲା । ତେଣୁ ତାକୁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିଲା, ଯେଉଁଠାରେ ତା’ର ଏଚ୫ଏନ୧ ଆଭିଆନ୍ ଏନଫ୍ଲୁଏନଜା ପଜିଟିଭ ଆସିଥିଲା । ଏହି ରୋଗ ସଂପର୍କିତ ସବିଶେଷ ତଥ୍ୟ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (ଏନସିଡିସି)କୁ ପଠାଯାଇଛି । ଏହି ସଂସ୍ଥାର ସଦସ୍ୟମାନେ ବର୍ତ୍ତମାନ ମୃତକର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିବା ସହ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.