fbpx

ରାଜ୍ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଏବେ ଇଡି କରିବ ଅଶ୍ଳୀଳ ଫିଲ୍ମ ରାକେଟ୍ ର ଯାଞ୍ଚ

ମୁମ୍ବାଇ: ଶିଳ୍ପପତି ରାଜ୍ କୁନ୍ଦ୍ରାଙ୍କ ସହ ଜଡ଼ିତ ଅଶ୍ଳୀଳ ଫିଲ୍ମ ରାକେଟ୍  ମାମଲାର ଯାଞ୍ଚ କରିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି । ନିକଟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଏହି ଖବର ଲାଗିଛି ଅଶ୍ଳୀଳ ଫିଲ୍ମ କାରବାରରେ ରାଜ୍ କୁନ୍ଦ୍ରା ଓ ଲଣ୍ଡନରେ ଥିବା କମ୍ପାନୀ ମଧ୍ୟରେ ଅନେକ ଥର ଟଙ୍କା ଦେଣନେଣ ହୋଇଛି । ବର୍ତ୍ତମାନ ଏହି ମାମଲା ଦିନକୁ ଦିନ ଆହୁରି ଗମ୍ଭୀର ହେଉଥିବା ବେଳେ ଏହାର ଯାଞ୍ଚ ଏବେ ଇଡି କରିବ ବୋଲି ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଇଡି ଖୁବ୍ ଶୀଘ୍ର ମୁମ୍ବାଇ ପୁଲିସ୍ କୁ ଏଫଆଇଆର୍ କପି ମାଗିବ ଏବଂ ଏହାର ପ୍ରାଥମିକ ତଦନ୍ତ କରିବ । ଏପରିକି ଏହି ମାମଲାରେ ରାଜ୍ କୁନ୍ଦ୍ରାକୁ ଖୁବ୍ ଶୀଘ୍ର ଫରେନ୍ ଏକ୍ସେଜ୍ ମ୍ୟାନେଜମେଣ୍ଟ ଆକ୍ଟ ଅଧୀନରେ ନୋଟିସ୍ ପଠାଇବ ।

ମିଡିଆ ରିପୋର୍ଟ ଅନୁଯାୟୀ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ବୁଧବାର ଦିନ କହିଛି ଯେ, ବ୍ରିଟେନର କେନ୍ରିନ୍ ପ୍ରାଇଭେଟ ଲିମିଟେଡ୍ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ, ଭିଆନ୍ ଇଣ୍ଡଷ୍ଟ୍ରିଜ୍ ସହିତ ଜଡିତ ୧୩ ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା । ଏହା ପରେ ଟଙ୍କା କୁନ୍ଦ୍ରାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଯାଇଥିଲା । ଅର୍ଥର ଏହି କାରବାର ‘ସଫ୍ଟୱେର୍ ରକ୍ଷଣାବେକ୍ଷଣ’ ନାମରେ କରାଯାଉଥିଲା । ସୁତ୍ରରୁ ଜଣାପଡ଼ିଛି ଯେ, ବ୍ୟାଙ୍କ୍ ଖାତା ସବୁର ଯାଞ୍ଚ ମୁମ୍ବାଇ ପୁଲିସ୍ କରୁଛି ।

Get real time updates directly on you device, subscribe now.