fbpx

ଖୁବ ଶୀଘ୍ର ଫେରିବାକୁ ଯାଉଛି ‘ଦ କପିଲ୍ ଶର୍ମା ସୋ’: ରିଲିଜ ହେଲା ପ୍ରୋମୋ

ମୁମ୍ବାଇ: ଖୁବଶୀଘ୍ର ଫେରିବାକୁ ଯାଉଛି ଲୋକପ୍ରିୟ ହାସ୍ୟ କାର୍ଯ୍ୟକ୍ରମ ‘ଦ କପିଲ ଶର୍ମା ସୋ’ । ରବିବାର ଏହାର ଏକ ପ୍ରୋମୋ ମଧ୍ୟ ସେୟାର କରାଯାଇଛି । ପ୍ରୋମୋରେ କପିଲଙ୍କ ସହ କୃଷ୍ଣା ଅଭିଶେକ, କିକୁ ସାରଦା, ଭାରତୀ ସିଂହ, ଚନ୍ଦନ ପ୍ରଭାକର, ଅର୍ଚ୍ଚନା ପୁରଣ ସିଂହ ଏବଂ ସୁଦେଶ ଲହରୀ ମଧ୍ୟ ନଜର ଆସିଛନ୍ତି । ପ୍ରୋମୋରେ କୋଭିଡ୍-୧୯ ଭାକ୍ସିନକୁ ପ୍ରମୋଟ୍ କରାଯାଇଛି । ତେବେ ପ୍ରୋମୋରେ ସୋ’ର ରିଲିଜ୍ ଡେଟ୍ ବିଷୟରେ କୌଣସି ସୂଚନା ମିଳିନାହିଁ ।

ନିକଟରେ ସୁମୋନା ଚକ୍ରବର୍ତ୍ତୀ ସୋ’ରୁ ବିଦାୟ ନେଇଥିଲେ । ଯାହା ପ୍ରୋମୋରୁ ସହଜରେ ଜଣାପଡ଼ୁଛି । ପ୍ରୋମୋରେ କପିଲ୍ ଭାକ୍ସିନ ନେବାକୁ ପ୍ରୋତ୍ସାହିତ କରୁଛନ୍ତି । ସୋନି ଟିଭି ଏହି ପ୍ରୋମୋକୁ ସୟୋର କରିବା ସହ ଖୁବ୍ ଶୀଘ୍ର ‘ଦ କପିଲ୍ ଶର୍ମା ସୋ’ ଫେରୁଥିବା ନେଇ କହିଛି ।

କପିଲଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ପରଠାରୁ ଏହି ସୋ ବନ୍ଦ ରହିଛି । ତେବେ ନୂଆ ସିଜନ ସହ ପୁଣି ଥରେ କମ୍ ବ୍ୟାକ କରିବାକୁ ଯାଉଛନ୍ତି କପିଲ୍ । ଏନେଇ କପିଲ୍ ସୁଟିଂ ସେଟ୍ ସହ ପୁରା ଟିମ ମେମ୍ବରଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି “ପୁରୁଣା ଚେହେରା ସହ ନୂଆ ଆରମ୍ଭ” ।

 

View this post on Instagram

 

A post shared by Kapil Sharma (@kapilsharma)

ସୋର ମେକର ସୋ’ରେ କିଛି ପରିବର୍ତ୍ତନ ମଧ୍ୟ କରିଛନ୍ତି । ଏହା ସହ କପିଲ ଅନେକ ନୂଆ ଚେହେରାଙ୍କୁ ମଧ୍ୟ ସାମିଲ କରିଛନ୍ତି । ତେବେ ସୋ’ରେ ସୁମୋନାଙ୍କୁ ଫେରିବାକୁ ନେଇ କୌଣସି ଅଧିକାରୀକ ସୂଚନା ମିଳିନାହିଁ ।

Get real time updates directly on you device, subscribe now.