fbpx

ଭାରତୀୟ ଖାଦ୍ୟ ନୂହେଁ ସିଙ୍ଗଡା, ଯଦି ଆପଣ ମାନଙ୍କୁ ବି ପସନ୍ଦ ତେବେ ଜାଣନ୍ତୁ ଏହାର ଇତିହାସ

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଦେଶର ଘର ଠାରୁ ଆରମ୍ଭ କରି ପ୍ରତି ଗଳିକନ୍ଦିରେ ତିଆରି ହେଉଥିବା ସିଙ୍ଗଡା ଭାରତୀୟଙ୍କ ଅତି ପ୍ରିୟ ଖାଦ୍ୟ । ଖୁବ୍ କମ୍ ଲୋକ ଏମିତି ଥିବେ ଯେଉଁ ମାନଙ୍କୁ ସିଙ୍ଗଡା ପସନ୍ଦ ନ ଥିବ । ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ସିଙ୍ଗଡା ହେଉଛି ପସନ୍ଦର ଖାଦ୍ୟ । ତେବେ କଣ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ସିଙ୍ଗଡାର ଉତ୍ପତ୍ତି କେଉଁଠାରୁ ହୋଇଛି? ଭାରତରେ ହୋଇଛି ନା ଅନ୍ୟ କେଉଁ ଠାରୁ ଏହା ଆସିଛି ? ଏମିତିରେ କହିବାକୁ ଗଲେ ଅଧିକାଂଶ ଲୋକଙ୍କୁ ଏହା ଲାଗେ ଯେ, ସିଙ୍ଗଡାର ସୃଷ୍ଟି ଭାରତରେ ହୋଇଛି । କିନ୍ତୁ ନା.. ସିଙ୍ଗଡାର ଇତିହାସ ସମ୍ପର୍କରେ ଜାଣିବା ପାଇଁ ପଢ଼ନ୍ତୁ ଆମର ଏହି ବିଶେଷ ରିପୋର୍ଟ ।

ସିଙ୍ଗଡାର ଏକ ଅଲଗା ଇତିହାସ ରହିଛି । ଖାସ୍ କଥା ଏହା ହେଉଛି ଯେ, ଏହାର ଆରମ୍ଭ ଭାରତରେ ନୂହେଁ ବରଂ ଅନ୍ୟ ଏକ ଦେଶରେ ହୋଇଛି । ସିଙ୍ଗଡା ଇଜିପ୍ଟର ମିଶର ଠାରେ ପ୍ରଥମେ ଆରମ୍ଭ ହୋଇଥିଲା । ଯାହାପରେ ଏହା ଲିବିୟା ଠାରେ ପହଞ୍ଚିଥିଲା । ଆଉ ଧୀରେ ଧୀରେ ଏହା ଏସିଆ ମହାଦେଶକୁ ଆସିଥିଲା । ପରେ ୧୩୦୦ ଓ ୧୪୦୦ ଶତାବ୍ଦୀ ବେଳକୁ ଏହା ବ୍ୟବସାୟୀ ମାନଙ୍କ ଜରିଆରେ ସିଙ୍ଗଡା ଭାରତରେ ପହଞ୍ଚିଥିଲା । ସିଙ୍ଗଡା ଶବ୍ଦଟି ପାର୍ସୀ ଭାଷା ‘ସମ୍ବୋସାଗ’ ଆସିଛି ।

୧୪୦୦ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିବା ଇମନ୍ ବତୁତା, ମହମ୍ମଦ ବିନ୍ ତୋଗଲକ୍ ଙ୍କ ଦରବାର ସମ୍ପର୍କରେ ଲେଖିଛନ୍ତି ଯେ, ଦରବାରରେ ଭୋଜନ ସମୟରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହିତ ସିଙ୍ଗଡା ମଧ୍ୟ ପରଷା ଯାଉଥିଲା । ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସୁଥିଲା । ଆଉ ଧୀରେ ଧୀରେ ଏହା ସାରା ଦେଶରେ ନିଜର ଚମକ ବଢ଼ାଇ ଚାଲିଲା ।

ଏତେ ବର୍ଷ ପୁରୁଣା ହୋଇ ମଧ୍ୟ ସିଙ୍ଗଡାର ଆକାରରେ କୌଣସି ପରିବର୍ତ୍ତନ ହୋଇାନାହିଁ । ଆଜି ବି ଏହା ତ୍ରିକୋଣୀୟ ହୋଇ ରହିଛି । ଇତି ମଧ୍ୟରେ ଏହାର ନାମରେ ବି ପରିବର୍ତ୍ତନ ଆସିଯାଇଛି । ଆଉ ଏବେକା ସମୟରେ ଆପଣଙ୍କୁ ୨୫ରୁ ଅଧିକ ପ୍ରକାରରେ ସିଙ୍ଗଡା ମିଳିଯିବ । କିନ୍ତୁ ଭାରତରେ ଆଳୁ ଓ ମଟର୍ ପଡ଼ିଥିବା ସିଙ୍ଗଡାର ମଜା ହିଁ କିଛି ଅଲଗା ।

Get real time updates directly on you device, subscribe now.