fbpx

ଅନଲାଇନ୍ ଡେଟିଂ ସମୟରେ ଏହି ଦିଗପ୍ରତି ଦିଅନ୍ତୁ ଅଧିକ ଧ୍ୟାନ୍, ରହିବେ ସୁରକ୍ଷିତ

ସମୟ ସହିତ ଅନେକ ଜିନିଷ ବଦଳିବାରେ ଲାଗିଛି । ଟେକ୍ନୋଲୋଜି, ଇଣ୍ଟରନେଟ ଓ ସୋସିଆଲ ମିଡିଆ ଏବେ ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଅନଲାଇନ୍ ଡେଟିଂ ଏକ ନୂଆ ଟ୍ରେଣ୍ଡ ହୋଇଛି । ପୁରୁଣା ସମୟରେ ପ୍ରେମର ପରିପ୍ରକାଶ କରିବା ବହୁତ ବଡ଼ କାମ ଥିଲା । ଯୁବକ-ଯୁବତୀମାନେ ନିଜ ମନର ଭାବନା ପାର୍ଟନରଙ୍କୁ କହିବାକୁ ସାହସ୍ କରିପାରୁନଥିଲେ । ଏପରି କରିବାକୁ ତାଙ୍କୁ ବର୍ଷ ବର୍ଷ ଲାଗିଯାଉଥିଲା । କିନ୍ତୁ ଏବେ ଏପରି ହେଉନାହିଁ, କାରଣ ଏବେ ଗୋଟିଏ କ୍ଲିକରେ ଫ୍ରେଣ୍ଡସିପ୍ ଓ ଗୋଟିଏ କ୍ଲିକରେ ବ୍ରେକଅପ୍ ହେଉଛି ।

କିନ୍ତୁ ନିକଟରେ ଏପରି କିଛି ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଅନଲାଇନ୍ କାରଣରୁ ଯୁବକ ଓ ଯୁବତୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଆଲର୍ଟ ରହିବାକୁ ପଡ଼ିବ । ଏଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ, ଯାହାକି ଆପଣଙ୍କୁ ସୁରକ୍ଷିତ ରଖିବ ।

– ପ୍ରାୟତଃ ଦେଖାଯାଉଛି ଯେ, ୨ /୪ ଦିନ କଥାବାର୍ତ୍ତାରେ ଆପଣ ନିଜ ପାର୍ଟନରଙ୍କୁ ନିଜ ବିଷୟରେ ସବୁ କହିଦେଉଛନ୍ତି । ଏପରି କରନ୍ତୁ ନାହିଁ । କାରଣ ଆପଣଙ୍କ ପାର୍ଟନର ଏହାର ଭୁଲ ଫାଇଦା ଉଠାଇପାରନ୍ତି ।

– ଯଦି ଆପଣ ପାର୍ଟନରଙ୍କ ସହ ବାହାରକୁ ଡେଟିଂରେ ଯାଉଛନ୍ତି, ତେବେ ଅଧିକ ଲୋକଥିବା ଜାଗାରେ ଦେଖାକର । କୌଣସି ଅଜଣା ବ୍ୟକ୍ତିଙ୍କ ସହ ବାହାରକୁ ଯାଆନ୍ତୁ ନାହିଁ । ଏହା ସହ ପାର୍ଟନର ସହ ଏପରି ଜାଗାକୁ ଯାଆନ୍ତୁ, ଯେଉଁଠି ଆପଣଙ୍କୁ ସୁରକ୍ଷିତ ଅନୁଭବ ହେଉଥିବ ।

– ଯଦି ଆପଣ ନିଜ ପାର୍ଟନର ସହ ଦେଖାକରିବାକୁ ଭାବୁଛନ୍ତି, ତେବେ ଏହା ପୂର୍ବରୁ କୁଆଡେ ଯାଉଛି ଓ କାହା ସହ ଯାଉଛ ବୋଲି ସାଙ୍ଗମାନଙ୍କୁ କୁହ, ଯାହାଙ୍କ ଉପରେ ଆପଣ ଭରଷା କରୁଛ । କାହିଁ କି ଏପରି କରିବା ଦ୍ୱାରା ଯଦି ଆପଣଙ୍କ ପାର୍ଟନର କିଛି ବି ଖରାପ କରେ, ତେବେ ସେ ଧରାପଡିବ ।

– ଯଦି ନିଜ ବନ୍ଧୁ ସହ ଦେଖାକରିବାକୁ ଯାଉଛନ୍ତି, ତେବେ ଆପଣ କୁଆଡେ ଓ କେଉଁଥିରେ ଯାଉଛନ୍ତି ବୋଲି ଧ୍ୟାନ୍ ରଖନ୍ତୁ । ଏହାର ବ୍ୟବସ୍ଥା ମଧ୍ୟ ଆପଣ ନିଜେ କରନ୍ତୁ ।

– ଅନଲାଇନ୍ ଡେଟିଂ କରୁଥିବା ବେଳେ ସର୍ବଦା ଆଲର୍ଟ ରୁହନ୍ତୁ । କାହା ପ୍ରେମରେ ଏତେ ବି ପଡନି, ଯାହାର କ୍ଷତିପୂରଣ ଆପଣଙ୍କ ପରିବାର ଭୋଗ କରିବ ।

Get real time updates directly on you device, subscribe now.