fbpx

ହରିୟାଣାର ଯୁବକ କରିଦେଖାଇଲେ କମାଲ୍, ଗୁଗଲ ଦେଲା ୧.୮ କୋଟିର ଚାକିରି

ହରିୟାଣାର ଚରଖୀ ଜିଲ୍ଲାର ସମସପୁର ଗ୍ରାମର ଜିତେନ୍ଦ୍ର ଫୋଗାଟ(ଜିତୁ)ଙ୍କୁ ଗୁଗଲ ୧.୮ କୋଟି ପ୍ରତିବର୍ଷ ପ୍ୟାକେଜର ଚାକିରି ଦେଇଛି । ଯାହାକୁ ନେଇ ଖୁବ୍ ଖୁସି ଅଛନ୍ତି ଜିତେନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ । ଜିତେନ୍ଦ୍ର କହିଛନ୍ତି ସେ ଆଗକୁ ମଧ୍ୟ ତାଙ୍କ ଅଞ୍ଚଳର ପିଲାଙ୍କୁ ମାର୍ଗଦର୍ଶନ ପାଇଁ ସବୁବେଳେ ଉପସ୍ଥିତ ରହିବେ ।

ଜିତେନ୍ଦ୍ର ତାଙ୍କର ପ୍ରାରମ୍ଭିକ ଶିକ୍ଷା ପରେ ଲିଙ୍ଗାୟତ ୟୁନିଭର୍ସିଟିରୁ ଇଲେକ୍ଟୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବିଟେକ୍ କରିଥିଲେ । ପରେ ଇନଫୋସିସ୍ କମ୍ପାନୀରେ ଚଣ୍ଡୀଗଡ଼ରେ କାର୍ଯ୍ୟ କରିଥିଲେ । ଏହା ପରେ ୟୁନିଭର୍ସିଟି ଅଫ୍ ଟେକ୍ସାସରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ ।

ଜିତେନ୍ଦ୍ର କହିଛନ୍ତି ତାଙ୍କର ତାଙ୍କର ସ୍ୱପ୍ନ ପୂରଣ ହୋଇଛି । ଏଥିପାଇଁ ସେ ପ୍ରତିଦିନ ୭-୮ ଘଣ୍ଟା ପରିଶ୍ରମ କରି ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଥିଲେ । ସେ କହିଛନ୍ତି ‘ପ୍ରାୟ ୭ ମାସ ପର୍ଯ୍ୟନ୍ତ ପ୍ରସ୍ତୁତି ପରେ ଆବେଦନ କରିଥିଲି । ଆଉ ଏବେ ମୁଁ ଖୁସି ଅଛି ଗୁଗଲରେ ଚୟନ ହୋଇଥିବାରୁ । ମୋର ସ୍ୱପ୍ନ ପୂରଣ ହୋଇଛି ।’

ସେ ଆହୁରି କହିଛନ୍ତି ନିଜ କାମ ମାଧ୍ୟମରେ ଲୋକଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଇବାକୁ ଚେଷ୍ଟା କରିବି । ଏହା ସହ ସେ ତାଙ୍କ ସଫଳତାର ଶ୍ରେୟ ତାଙ୍କର କଠିନ ପରିଶ୍ରମ, ବନ୍ଧୁ, ଏବଂ ପରିଜନଙ୍କ ଆଶୀର୍ବାଦକୁ ଦେଇଛନ୍ତି । ଜିତେନ୍ଦ୍ରଙ୍କ ପିତା ରଣବୀର ଫୋଗାଟ ନିକଟରେ ଶିକ୍ଷକ ପଦରୁ ଅବସର ନେଇଛନ୍ତି ।

Get real time updates directly on you device, subscribe now.