fbpx

ବୟସ ମାତ୍ର ୧୩; ଅଲିମ୍ପିକ୍ସରେ ଜିତିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଜଣେ ୧୩ ବର୍ଷୀୟ ବାଳିକା ଇତିହାସ ରଚିଛନ୍ତି । ମାତ୍ର ୧୩ ବର୍ଷ ବୟସରେ ବରିଷ୍ଠଙ୍କ ପାଇଁ ଉଦ୍ଦିଷ୍ଟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୋମବାର ଅନୁଷ୍ଠିତ ସ୍କେଟ ବୋର୍ଡିଂ ବର୍ଗର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ବିରଳ ରେକର୍ଡ ବୁକରେ ନିଜ ନାମ ଉଲ୍ଲେଖ କରିଛନ୍ତି ଜାପାନର ମୋମିଜି ନିଶିୟା । ସ୍ୱର୍ଣ୍ଣ ପଦକ ଜିତିବା ବେଳକୁ ନିଶିୟାଙ୍କ ବୟସ ୧୩ ବର୍ଷ ଓ ୩୩୦ ଦିନ ହୋଇଥିବା ଜଣାପଡିଛି ।

ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସ୍କେଟ ବୋର୍ଡିଂକୁ ସାମିଲ କରାଯାଇଛି । ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ସହିତ ରୌପ୍ୟ ପଦକ ହାସଲ କରିଥିବା ରାୟସା ଲିଲଙ୍କ ବୟସ ୧୩ ବର୍ଷ ୨୦୩ ଦିନ ରହିଛି । ଅନ୍ୟତମ ବ୍ରାଜିଲ ପ୍ରତିଯୋଗୀ ଫୁନା ନାକାୟମା ଏହି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂର୍ବରୁ ପୁରୁଷ ବର୍ଗର ସମାନ ଇଭେଣ୍ଟରେ ଜାପାନର ୟୁଟୋ ହୋରିଗୋମେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Get real time updates directly on you device, subscribe now.