fbpx
BSKY SKY
BSKY SKY

ଏହି ଜିଲ୍ଲାରେ ମଙ୍ଗଳବାର ବନ୍ଦ ରହିବ ଟିକାକରଣ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଙ୍ଗଳବାର ରାଜ୍ୟରେ ୨୯ ଟି ଜିଲ୍ଳାରେ ଟିକାକରଣ ହେବାକୁଭ ଥିବା ବେଳେ କେବଳ ଗୋଟିଏ ଜିଲ୍ଲାରେ ଏହାକୁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ବୋଲି ଜଣାପଡିଛି ।

ସୋମବାର ରାଜ୍ୟର ୧୩୧୫ଟି କେନ୍ଦ୍ରରେ ଟିକାକରଣ କରାଯାଇଥିଲା । ସମୁଦାୟ ୨ ଲକ୍ଷ ୧୮ ହଜାର ଜଣଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ହଜାର ୧୧୨ ଜଣ ଗର୍ଭବତୀ ମହିଳାଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ ଟିକାକରଣ ସଂଖ୍ୟା ୧ କୋଟି ୫୫ ଲକ୍ଷ ୧୦ ହଜାର ୨୩୩ରେ ପହଞ୍ଚିଛି ।

Get real time updates directly on you device, subscribe now.