fbpx
BSKY SKY
BSKY SKY

ବଧୂ ନିର୍ଯାତନାର ବୀଭତ୍ସ ଘଟଣା, ଜଙ୍ଗଲକୁ ଟେକି ନେଇ ଉଲଗ୍ନ କରିଦେଲେ…

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: କମୁନି ଯୌତୁକ ଜନିତ ନିର୍ଯାତନା ଘଟଣା। ଦେଶରେ ନିଇତି ଆଖି ବୁଜି ଦେଉଛନ୍ତି ଅନେକ ବଧୂ। ନିର୍ଯାତନାର ବର୍ବରତା, ବୀଭତ୍ସ ଆଉ ଅମାନବିକାର ସେହି ସବୁ ଲୋମଟାଙ୍କୁରା ଘଟଣା ସଭ୍ୟ ସମାଜ ପ୍ରତି ଅଙ୍ଗୁଳି ଉଠାଉଛି। ଠିକ୍‌ ଏହି କ୍ରମରେ ଜଣେ ବଧୂ ନିର୍ଯାତନାର ଶିକାର ହୋଇ ଆଖି ବୁଜିବା ଆଗରୁ ବଖାଣିଛନ୍ତି ଶାଶୂଘର ଲୋକେ ଦେଉଥିବା ଅକଥନୀୟ ଯନ୍ତ୍ରଣା। ଏପରିକି ତାଙ୍କ ଯୌନାଙ୍ଗରେ ଲଙ୍କାଗୁଣ୍ଡ ପକାଇ ଛଟପଟ କରାଯାଇଥିବା ଭଳି ବୟାନ ଦେଇଛନ୍ତି।

ଶାଶୂଘର ଲୋକେ ଏଭଳି ନିର୍ଯାତନା ଦେବା ସମ୍ପର୍କରେ ବୋହୂ ହସ୍ପିଟାଲରେ ଭିଡ଼ିଓ କରି ଅଭିଯୋଗ କରିଥିଲେ। ବିବାହ ବେଶୀଦିନ ନୁହେଁ, ଗତ ଏପ୍ରିଲ୍‌ ୨୬ରେ ହୋଇଥିଲା। ରାଜସ୍ଥାନର ଭିଲୱାଡାରେ କାର୍ଯ୍ୟରତ ହେଡ୍‌ କନଷ୍ଟେବଳ ଭେରୁ ଲାଲଙ୍କର ଝିଅ ବିବାହ କରିଥିଲେ ବିକ୍ରମ ନାମକ ଯୁବକଙ୍କ ସହ। ହେଲେ ସପ୍ତାହେ ନବିତୁଣୁ ପ୍ରିୟାଙ୍କ ଉପରେ ଆରମ୍ଭ ହୋଇଥିଲା ଅଧିକ ଯୌତକୁ ପାଇଁ ଅତ୍ୟାତାର। ଶାଶୂ ମାଡ଼ ମାରିବା ସହ ଜଙ୍ଗଲକୁ ନେଇ ଶାଶୂଘର ଲୋକେ ତାଙ୍କ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ପକାଇ କଲବଲ କରିବାକୁ ଉଦ୍ୟମ କରିଥିଲେ। ସେଠାରୁ ଖସି ପ୍ରିୟା ମେଡିକାଲରେ ଜୀବନ ସହ ଲଢ଼ୁଥିବାବେଳେ ଏକ ଭିଡିଓ ବନାଇଥିଲେ। ସେଥିରେ ସେ ନିଜର ଦୁଃଖ ଯନ୍ତ୍ରଣା ସମ୍ପର୍କରେ ବଖାଣିଛନ୍ତି। ତାଙ୍କୁ ଲଙ୍ଗଳା କରି ମାଡ଼ ମାରିବା ସହ ଲଙ୍କାଗୁଣ୍ଡ ପକାଇ ଥିବା ସେ ଭିଡିଓରେ ଅଭିଯୋଗ କରିଛନ୍ତି। ଏଥିପାଇଁ ଶାଶୂ-ଶ୍ଵଶୁରଙ୍କ ସମେତ ଦିଅର, ନଣନ୍ଦ ଓ ଭିଣୋଇଙ୍କ ବିରୋଧରେ ସେ ଅଭିଯୋଗ କରିଛନ୍ତି।

ମୃତ ପ୍ରିୟାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଝିଅ-ଜୋଇଁଙ୍କୁ ସେ ସମସ୍ତ ସୁନାରୁପା ଅଳଙ୍କାର ଆଉ ଆବଶ୍ୟକ ସାମଗ୍ରୀ ଦେଇଥିଲେ। ସୁନା କିନ୍ତୁ ପ୍ରିୟାର ଶାଶୂ ତାଙ୍କୁ ଆହୁରି ୬ଲକ୍ଷ ଟଙ୍କା ମାଗୁଥିଲେ। ମନା କରିବା ପରେ ଝିଅକୁ ନିର୍ଯାତନା ଦେଇ ମାରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.