fbpx
BSKY SKY
BSKY SKY

‘ଓଡ଼ିଶା ଭାସ୍କର’ର ପ୍ରଭାବ: ସାନପଦର ରେଳବାଇ ଫ୍ଳାଏ ଓଭର ବ୍ରିଜ୍‌ରେ ମରାମତି ହେଲା ଫାଟ

BSKY

ବୋଲଗଡ଼(ଭାସ୍କର ନ୍ୟୁଜ୍‌) :ଗତ ୨୨ ତାରିଖ ଦିନ ସାନପଦର ସ୍ଥିତ ରେଳ ବାଇ ଫ୍ଲାଇ ଓଭର ବ୍ରିଜ୍‌ରେ ଫାଟ ଓ ଗାତ ଶୀର୍ଷକ ସମ୍ବାଦ ଦୈନିକ ଖବର କାଗଜ”ଓଡ଼ିଶା ଭାସ୍କର” ରେ ପ୍ରକାଶ ପାଇଥିଲା । ସମାଜର ପ୍ରଭାବ ଯୋଗୁଁ ରେଳ ବିଭାଗ ଓ ଭୁବନେଶ୍ୱର ସ୍ଥିତ ଘରୋଇ ଦୁର୍ଗା ନିର୍ମାଣ କାରୀସଂସ୍ଥା ଦ୍ବାରା ଶୀଘ୍ର ରେଳବାଇ ଫ୍ଲାଇ ଓଭର ବ୍ରିଜ୍‌ ମରାମତି କାର୍ଯ୍ୟ ଭଲ ଭାବରେ କରାଯାଇ ଅଛି ।

ବର୍ତ୍ତମାନ ଏହି ରାସ୍ତା ଉପରେ ସମସ୍ତ ଭାରି ଯାନ,ଗାଡ଼ି ମଟର,ସାଇକେଲ, ଗାଇଗୋରୁ,ଜନସାଧାରଣ,ଛାତ୍ରଛାତ୍ରୀ ଓ ବ୍ୟବସାୟୀ ମାନେ ନିରାପଦ ତଥା ସହଜ ସୁବିଧାରେ ଯାତାୟତ କରିପାରୁଛନ୍ତି । ତେଣୁ ସମସ୍ତ ଜନସାଧାରଣ ରେଳ ବିଭାଗ ଓ ନିର୍ମାଣ କାରୀ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.