fbpx
BSKY
BJD YOUTH SKY
BJD MS SKY

ପରିବାରିକ କଳହରୁ ଆତ୍ମହତ୍ୟା: ମଦ ପଇବାକୁ ବାରଣ କରିବାରୁ ନିଜ ମୁଣ୍ଡକୁ ଗଳି ମାରି ଟଳିପଡିଲେ ଯୁବକ

ବ୍ୟାସନଗର(ଭାସ୍କର ନ୍ୟୁଜ୍‌): ଟମକା ଥାନାର ଟୁଙ୍ଗେଇଶୁଣି ଗ୍ରାମରେ ଯୁବକ ନିଜେ ବନ୍ଧୁକରୁ ଗୁଳିମାରି ପରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ହେଲେ କିଆଝର ପଞ୍ଚାୟତର ଟୁଙ୍ଗେଇ ସୁଣି ଗ୍ରାମର ଦିବାକର ନାୟକଙ୍କ ପୁତ୍ର ମଙ୍ଗଲ ନାୟକ ।

ମଙ୍ଗଲ ଖଣି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲା । ସେ ଦୈନିକ ମଦ ପିଇ ଘରକୁ ଆସି ସ୍ତ୍ରୀ ଓ ପରିବାର ସହ କଳହ କରୁଥିଲା । ମଦ ପିଇବାକୁ ପରିବାର ଲୋକମାନେ ବାରଣ କରୁଥିଲେ ସେ କଥା ମାନୁ ନଥିଲା । ଗତକାଲି ରାତ୍ରିରେ ମଦ ପିଇ ନେଇ ଝଗଡ଼ା  କରିଥିଲା । ସ୍ତ୍ରୀ ଓ ଛୁଆ ପିଲା ପଦାରେ ଶୋଇଥିଲା ବେଳେ ସେ ଘର ଭିତରେ ଶୋଇଥିଲା । କ୍ରୋଧରେ ଉତ୍ତେଜିତ ହୋଇ ଘରେ ଲୁଚେଇ ରଖିଥିବା ଚୋରା ଦେଶୀ ବନ୍ଧୁକରେ ନିଜେ ମୁଣ୍ଡକୁ ଗୁଳିକରି ସେହିଠାରେ ଟଳିଡିଥିଲା । ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଟମକା ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଚଳାଇଛନ୍ତି ।

Get real time updates directly on you device, subscribe now.