fbpx
BSKY SKY
BSKY SKY

ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି : ସିରିଜ ବିଜୟ ଲକ୍ଷ୍ୟରେ ଭାରତ, ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବ ଘରୋଇ ଟିମ୍

BSKY

କଲମ୍ବୋ,(ଭାସ୍କର ନ୍ୟୁଜ୍):ଆଜି ଶ୍ରୀଲଙ୍କା ଓ ଭାରତ ମଧ୍ୟରେ  ଦ୍ୱିତୀୟ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ୍‌ରେ ଭାରତ ୩୮ ରନ୍‌ରେ ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ଭାରତର ବିଜୟ ସହଜ ହୋଇଥିଲା । ଏହି ପ୍ରଦର୍ଶନକୁ ପୁଣି ମଙ୍ଗଳବାର  ଦୋହରାଇବା ପାଇଁ ଭାରତ ପ୍ରୟାସ କରିବ ।

ଅନ୍ୟପଟେ ଘରୋଇ ଦଳ ପାଇଁ ଶେଷ ସୁଯୋଗ ରହିଛି । ଦିନିକିଆ ସିରିଜ ପରାଜିତ ହୋଇସାରିଛି । ଟି-ଟ୍ୱେଣ୍ଟି ସିରିଜ ଜିତି ସମ୍ମାନ ବଞ୍ଚାଇବାକୁ ଶ୍ରୀଲଙ୍କା ଉଦ୍ୟମ କରିବ । ତେଣୁ ମଙ୍ଗଳବାର ବିଜୟ ପାଇଁ ଶ୍ରୀଲଙ୍କା ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ଶ୍ରୀଲଙ୍କା ବିପକ୍ଷ ଟି-୨୦ କ୍ରିକେଟ ସିରିଜ କବ୍‌ଜା କରିବା ପାଇଁ ଭାରତ ଲକ୍ଷ୍ୟ ରଖିଥିବା ବେଳେ ସଞ୍ଜୁ ସାମସନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । କାରଣ ସେ ଏହି ଫର୍ମାଟରେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ । ତେଣୁ ତାଙ୍କ ଠାରୁ ଅଧିକ ଆଶା କରାଯାଏ । ପ୍ରଥମ ଟି- ୨୦ରେ ସେ ୨୦ ବଲରୁ ୨୭ ରନ କରିଥିଲେ । ତେବେ ଏହା ଠାରୁ ଆହୁରି ଅଧିକ ଆଶା ରଖିଛି ଭାରତୀୟ ଦଳ । କାରଣ ପ୍ରାରମ୍ଭରୁ ବ୍ୟାଟିଂ ସ୍ଥିତି ମଜଭୁତ ହେଲେ ବଡ ସ୍କୋର କରିବା ସମ୍ଭବ ହୋଇ ପାରିବ ।

ପ୍ରଥମ ମ୍ୟାଚରେ ଓପନର ପୃଥ୍ୱୀ’ଶ ଖାତା ଖୋଲିବା ପୂର୍ବରୁ ଆଉଟ ହେବା ଫଳରେ ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ସାମସନ୍‌ ,ଅଧିନାୟକ ଶିଖର ଧାୱନ ,ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶାନଙ୍କ ବଳିଷ୍ଟ ବ୍ୟାଟିଂ ବଳରେ ଭାରତ ଏକ ସମ୍ମାନ ଜନକ ସ୍କୋର କରି ପାରିଲା । ମୁଖ୍ୟତଃ ସ୍ପିନରଙ୍କ ସହିତ ପେସ୍‌ ବୋଲର ଭୁବନେଶ୍ୱର କୁମାର ଅତି ଚମତ୍କାର ବୋଲିଂ କରିବା ଫଳରେ ଶ୍ରୀଲଙ୍କାର ବିଜୟ ଆଶା ମଉଳି ଯାଇଥିଲା । ତେବେ ଭାରତୀୟ ଦଳରେ ପରିବର୍ତ୍ତନ ନେଇ ବିଚାର ବିମର୍ଷ ଚାଲିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇ ନହେିଁ ।

Get real time updates directly on you device, subscribe now.