fbpx

ଭାରତର ସୁନା ଝିଅକୁ ଚାକିରୀ ଅଫର୍: ଚାନୁଙ୍କୁ ପୋଲିସ ବିଭାଗର ଅତିରିକ୍ତ ସୁରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ( ଭାସ୍କର ନ୍ୟୁଜ୍): ମହିଳା ୱେଟଲିଫ୍ଟର ସାଇଖୋମ ମିରାବାଇ ଚାନୁ ଚଳିତ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଅର୍ଜନ କରି ଦୋର ଗୌରବ ବଢ଼ାଇଥିବା ବେଳେ ମଣିପୁର ସରକାର ତାଙ୍କୁ ରାଜ୍ୟ ପୋଲିସ ବିଭାଗର ଅତିରିକ୍ତ ସୁରିଟେଣ୍ଡେଣ୍ଟ ଚାକିରୀରେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଚାନୁଙ୍କୁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିବା ବେଳେ ସୋମବାର ଦିନ ପୋଲିସ ଚାକିରିରେ ନିଯୁକ୍ତି ସଂକ୍ରାନ୍ତୀୟ ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଚାନୁ ସୋମବାର ଦିନ ଜାପାନରୁ ଫେରି ଆସିଛନ୍ତି । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିୁଳ ସମ୍ବର୍ଦ୍ଧନା ଓ ସ୍ୱାଗତ କରା ଯାଇଥିଲା । ତେବେ ଉଲ୍ଲେଖନୀୟ ବିଷୟ ହେଲା ଯେ ଚାନୁଙ୍କ ପରେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଭାରତୀୟ ଆଥଲେଟ ଆଉ ଅଧିକ ପଦକ ହାସଲ କରି ପାରି ନାହାନ୍ତି ।

Get real time updates directly on you device, subscribe now.