fbpx

ପୁରୀରେ ସିରିଜ ବୋମା ମାଡ଼, ହୋଟେଲ ସମ୍ମୁଖରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

ପୁରୀ(ଭାସ୍କର ନ୍ୟୁଜ୍): ପୂର୍ବ ଶତୃତାକୁ କେନ୍ଦ୍ର କରି ଅଠରନଳାରେ ସିରିଜ ବୋମା ମାଡ଼ ।ଏ ହୋଟେଲ ସମ୍ମୁଖରେ ଦୁର୍ବୃତ୍ତ ୫ଟି ବୋମାମାଡ଼ କରି ଚମ୍ପଟ୍ ମାରିଥିବା ଜଣାପଡିଛି। ଏହି ଘଟଣା ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ହୋଇଛି। ନୃସିଂହ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସର ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବରୁ ସୁନାବେଶ ଦିନ ବିଳମ୍ବିତ ରାତିରେ ନୃସିଂହ ନାୟକଙ୍କ ଘର ଉପରକୁ ଦୁର୍ବୁତ୍ତ ବୋମା ମାଡ କରିଥିଲେ। ବୋମାମାଡ଼ରେ ନୃସିଂହ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି।

ସୁଚନା ମୁତାବିକ,୨ ଦିନ ତଳେ ପୁରୀ ସହରରେ ହତ୍ୟାକାଣ୍ଡ ଘଟିଥିବା ବେଳେ ମଙ୍ଗଳବାର ବୋମାମାଡ଼ ଲୋକଙ୍କୁ ଆତଙ୍କିତ କରିଛି । ୧୭ ତାରିଖ ରାତିରେ ଏହି ଅଞ୍ଚଳରେ ବୋମାମାଡ଼ ପରେ ଘଟଣା ଲୋକଙ୍କୁ ଆତଙ୍କିତ କରିଛି ।

 

Get real time updates directly on you device, subscribe now.