fbpx

ବାରବାଙ୍କୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୮ ମୃତ

ବାରବାଙ୍କୀ: ଉତ୍ତରପ୍ରଦେଶର ବାରବାଙ୍କୀରେ ହୋଇଛି ଭୟଙ୍କର ସଡ଼କ ଦୁର୍ଘଟଣା, ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥରେ ଏକ ବସକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଧକ୍କା ଏତେ ଶକ୍ତ ଥିଲା ଯେ, ରାସ୍ତାରେ ଶବ ବିଛାଇ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏଥିରେ ୧୮ ଲୋକଙ୍କ ଜୀବନ ଚାଲିଥିବା ବେଳେ ୨୪ରୁ ଅଧିକ ଲୋହକ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇଥିବା ୧୯ ଜଣଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ବାରବାଙ୍କୀର ରାମସନେହୀ ଘାଟ ନିକଟସ୍ଥ ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଏହି ସଡକ ଦୁର୍ଘଟଣା ହୋଇଛି । କୁହାଯାଉଛି ଯେ, ବସଟି ହରିୟାଣାର ପଲବଲରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା । ବସରେ ପ୍ରାୟତଃ ୧୪୦ ଯାତ୍ରୀ ଉପସ୍ଥିତ ଥିଲେ । ଗୁରୁତର ଥିବା ଲୋକମାନେ ପଞ୍ଜାବ ଓ ହରିୟାଣାରେ ଶ୍ରମିକ ଭାବେ କାମ କରୁଥିଲେ ଓ ସେମାନେ ନିଜ ଘର ବିହାରକୁ ଫେରୁଥିଲେ ।

Get real time updates directly on you device, subscribe now.