fbpx

କଣ୍ଟାପଡ଼ା ଅଞ୍ଚଳରେ କମ୍‌ ଉଚ୍ଚତାରୁ ପଇଁତରା ମାରିଲା ୨ଟି ହେଲିକାପ୍ଟର, ଲୋକ ଆତଙ୍କିତ

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): କଣ୍ଟାପଡ଼ା ଅଞ୍ଚଳରେ ଦୁଇଟି ହେଲିକାପ୍ଟର କମ୍‌ ଉଚ୍ଚତାରୁ ପଇଁତରା ମାରିଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କିତ ସୃଷ୍ଟି ହୋଇଥିଲା । ଅତି କମ୍‌ ଉଚ୍ଚତାରୁ ହେଲିକାପ୍ଟର ଉଡ଼ୁଥିବାରୁ ଏହି ହେଲିକାପ୍ଟରଟି କାହାର ସ୍ଥାନୀୟ ପୋଲିସ୍‌ ପାଖରେ କୌଣସି ଖବର ନଥିଲା । ଏହି ଦୁଇଟି ହେଲିକାପ୍ଟର ଦେଖିବା ପାଇଁ ସ୍ଥାନୀୟ ଲୋକମାନେ ଯେତିକି ଆଗ୍ରହ ପ୍ରକାଶ କରୁଥିଲେ ଦେଖିକି ସେତିକି ଭୟଭୀତ ମଧ୍ୟ ହେଉଥିଲେ । ସ୍ଥାନୀୟ ପୋଲିସ୍‌କୁ ଖବର ଦେବା ବେଳକୁ ହେଲିକାପ୍ଟର ଦୁଇଟି ପାରାଦୀପ ରୁଟ୍‌ରେ ପଳାଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । କାହାର ହେଲିକାପ୍ଟର ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Get real time updates directly on you device, subscribe now.