fbpx

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ଅଗଷ୍ଟରୁ ଶିଶୁଙ୍କୁ ଦିଆଯାଇପାରେ ଟିକା

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ଦେଶରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଏବେ ଛୋଟ ଶିଶୁଙ୍କ ପାଇଁ ବି ଟିକାକରଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଉଛି । ମହାମାରୀ କରୋନାର ସାମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କ ଥିବାରୁ ଆସନ୍ତା ମାସ ଅର୍ଥାତ ଅଗଷ୍ଟ ମାସରୁ ଛୋଟ ପିଲାଙ୍କୁ ଟିକା ଦିଆଯାଇପାରେ । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭୀୟ ଏସମ୍ପର୍କରେ ସୂଚନା ଦେଇଛନ୍ତି ।

ବିଜେପି ସଂସଦୀୟ ଦଳ ବୈଠକରେ ଏନେଇ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଟିକାର ଉତ୍ପାଦନ ବଢ଼ାଇବା ଉପରେ ସରକାର ଜୋର ଦେଇ କାର୍ଯ୍ୟ କରୁଛନ୍ତି । ଭାରତ ବିଶ୍ୱର ସବୁଠାରୁ ଅଧିକ ଟିକା ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି । ଏଥି ।ଇଁ ଅଧିକ କମ୍ପାନୀଙ୍କୁ ଟିକା ଉତ୍ପାଦନ ନେଇ ଲାଇସେନ୍ସ ଦିଆଯିବ । ସରକାର ଆସନ୍ତା ମାସରୁ ଛୋଟ ପିଲାମାନଙ୍କର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିାରନ୍ତି । ଏଥିାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ ବୋଲି ସେ କହିଛନ୍ତି ।

ଆଗକୁ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ସରକାର ଯୋଜନା କରୁଥିବାବେଳେ ଇଣ୍ଡୋନେସିଆରେ କରୋନାରେ ଶିଶୁଙ୍କ ବର୍ଦ୍ଧିତ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ତେବେ କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରି ବୋଲି ଏମ୍ସ ମୁଖ୍ୟ ଡଃ ରଣଦୀପ ଗୁଲେରିଆ କହିଥିଲେ । ଭାରତ ବାୟୋଟେକ୍ସର କୋଭାକ୍ସିନ୍‌ ବର୍ତ୍ତମାନ ପରୀକ୍ଷଣ ପ୍ରକ୍ରିୟାରେ ରହିଛି । ଏହା ସଫଳ ହେଲେ ଯଥାଶିଘ୍ର ଶିଶୁଙ୍କୁ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ।

ପ୍ରକାଶଯୋଗ୍ୟ, ଇଣ୍ଡୋନେସିଆରେ କରୋନା ଜନିତ ମୃତ୍ୟୁସଂଖ୍ୟା ହଠାତ ବୃଦ୍ଧି ପାଇଛି । କରୋନାର ଏହି ଲହର ଅନେକ ଶିଶୁଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇଛି । ଗତ ୧ ସପ୍ତାହରେ ଇଣ୍ଡୋନେସିଆରେ ୧୦୦ରୁ ଊଦ୍ଧ୍ୱର୍ ଶିଶୁଙ୍କ ମୃତ୍ୟୁ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ମୃତ ଶିଶୁଙ୍କ ମଧ୍ୟରେ ଅଧିକାଂଶ ଶିଶୁ ୫ ବର୍ଷରୁ କମ୍‌ । ଇଣ୍ଡୋନେସିଆରେ ଏଯାଏଁ ୩୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଆକ୍ରାନ୍ତ ଶିଶୁଙ୍କ ହାର ସାଢେ ବାର ପ୍ରତିଶତ । ଏମାନଙ୍କ ମଧ୍ୟରୁ ପାଖାପାଖି ୮ଶହ ଶିଶୁଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି

Get real time updates directly on you device, subscribe now.