fbpx

ରାଜ୍ କୁନ୍ଦ୍ରାଙ୍କୁ ମିଳିଲାନି ବେଲ୍, ବଢୁଛି ଅଡୁଆ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଜାମିନ୍ ଆବେଦନ ବୁଧବାର କୋର୍ଟରେ ଖାରଜ ହୋଇଛି । ପୂର୍ବରୁ ମଙ୍ଗଳବାର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

ମୁମ୍ବାଇ ପୋଲିସ୍ କ୍ରାଇମ ବ୍ରାଞ୍ଚ ଜୁଲାଇ ୧୯ରେ ରାଜ୍ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଫିଲ୍ମ ସହ ଜଡ଼ିତ ମାମଲାରେ ଗିରଫ କରିଥିଲା । ତାଙ୍କ ଛଡ଼ା ଏହି ଘଟଣାରେ ଜଡ଼ିତ ଥିବା ଅନ୍ୟ ୧୦ ଜଣକୁ ମଧ୍ୟ ଗିରଫ କରାଯାଇଥିଲା । ପୂର୍ବରୁ ରାଜ କୁନ୍ଦ୍ରାଙ୍କ ପୋଲିସ୍ ହେପାଜତ ୨୩ ଜୁଲାଇ ପର୍ଯ୍ୟନ୍ତ ଥିଲା ଯାହାକୁ ୨୭ ଜୁଲାଇ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।

ପର୍ଣ୍ଣୋଗ୍ରାଫୀ ମାମଲାରେ ମୁମ୍ବାଇ ପୋଲିସ୍ ଚଳିତ ବର୍ଷ ଫେବୃଆରୀରେ ଏକ ମାମଲା ରୁଜୁ କରିଥିଲା । ଏହାପରେ ମାମଲା ସାମ୍ନାକୁ ଆସିବାରେ ଲାଗିଥିଲା ଏବଂ ଏହି ମାମଲାରେ ରାଜ କୁନ୍ଦ୍ରା ମୁଖ୍ୟ ଥିବା ନେଇ ପୋଲିସ୍ ଜାଣିବାକୁ ପାଇଥିଲା । ସେପଟେ ରାଜ କୁନ୍ଦ୍ରାଙ୍କ ପାସପୋର୍ଟ ମଧ୍ୟ କ୍ରଇମ ବ୍ରାଞ୍ଚ ଏପ୍ରିଲରୁ ହିଁ ଜବତ କରିଛି ।

Get real time updates directly on you device, subscribe now.