fbpx

ଡେଣା ମେଲାଉଛି ଡେଙ୍ଗୁ; ରାଉରକେଲାରୁ ୭ ଆକ୍ରାନ୍ତ ଚିହ୍ନଟ

ରାଉରକେଲା (ଓଡ଼ିଶା ଭାସ୍କର): ରାଜ୍ୟରେ ଡେଙ୍ଗୁ ଦିନକୁ ଦିନ ଆତଙ୍କିତ ପରସ୍ଥିତି ସୃଷ୍ଟି କରୁଛି । କରୋନାର ଭୟାବହତା ଶେଷ ହୋଇନଥିବା ବେଳେ ଡେଙ୍ଗୁ ଏହାର କାୟା ବିସ୍ତାର କରିବାରେ ଲାଗିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବେସରକାରୀ ଓ ୨ ଜଣ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣା ପଡିଛି ।
ବର୍ତ୍ତମାନ ଡେଙ୍ଗୁ ରୋଗୀ ଚିନ୍ହଟ ହେବା ପରେ ଲୋକଙ୍କ ମଧ୍ୟରେ ଚିନ୍ତା ବିଷୟ ହୋଇଛି। ତେବେ ରାଉରକେଲା ମହାନଗର ନିଗମ ମଧ୍ୟ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ।
ସହରର ବିଭିନ୍ନ ସ୍ଥାନରେ କିଭଳି ପାଣି ନଜମେ ଏବଂ କିଭଳି ଭାବରେ ଡେଙ୍ଗୁ କୁ ସହରରେ ଅଧିକ ବ୍ୟାପିବାକୁ ରୋକା ଯାଇ ପାରିବ ତାହା ନେଇ ପ୍ରସ୍ତୁତି କରାଯାଇଛି। ଡ଼ାକ୍ତରଙ୍କ ପକ୍ଷରୁ ମଧ୍ୟ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରି କିଭଳି ଡେଙ୍ଗୁ ମଶାକୁ ଅଣ୍ଡା ଦେବା ଓ ମଶା କୁ କିଭଳି ଭାବରେ ଜନ୍ମ ହେବାରୁ ରୋକିବା ଏବଂ ମଶା କାମୁଡ଼ିବାରୁ ବଂଚିବା ତାହା ନେଇ ସଚେତନ କରାଯାଉଛି।

Get real time updates directly on you device, subscribe now.