fbpx

‘ମୁଁ ବେଙ୍ଗୁଲି, ତୁମେ କିଏ?’ ଶର୍ଟ ପିନ୍ଧା ଫଟୋ ଭାଇରାଲ୍, ହେଉଛନ୍ତି ଟ୍ରୋଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ନିଜର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରାଧିକା ଆପ୍ତେ ସମ୍ପ୍ରତି ୟୁଜର୍ସଙ୍କ ଦ୍ୱାରା ଟ୍ରୋଲ୍ ହେଉଛନ୍ତି । ହଟ୍-ବୋଲ୍ଡ ଫଟୋ ପାଇଁ ସବୁବେଳେ ବିବାଦରେ ରହୁଥିବା ରାଧିକା ପୁଣି ଏକ ନିଜର ଫଟୋ ଶେଆର୍ କରି ଟ୍ରୋଲର ଶିକାର ହେଉଛନ୍ତି । କେବଳ ଶର୍ଟ ଶାର୍ଟ ପିନ୍ଧି ସେ ଏକ ଫଟୋ ଶେଆର୍ କରିଥିବାବେଳେ କ୍ୟାପ୍ସନ୍ରେ ଲେଖିଛନ୍ତି ଯେ- ସମସ୍ତେ ଗୋଟିଏ ଗୋଟିଏ ଜନ୍ତୁ ହୋଇଥାନ୍ତି, ସେହିପରି ମୁଁ ବେଙ୍ଗୁଲି, ତୁମେ କିଏ? ବାସ୍ ଏଭଳି ଫଟୋ ଆଉ ଲେଖାକୁ ନେଇ ୟୁଜର୍ସ ଜବରଦସ୍ତ ଟ୍ରୋଲ୍ କରୁଛନ୍ତି । ଏପରିକି ରାଧିକାଙ୍କ ଉକ୍ତ ଇନଷ୍ଟାଗ୍ରାମ୍ ପୋଷ୍ଟରେ ବଡ଼ ଅଡୁଆ ମତ ବି ଅନେକ ୟୁଜର୍ସ ଦେଇଛନ୍ତି ।

ବଲିଉଡ୍ ସମେତ ଦକ୍ଷିଣୀରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ରାଧିକା । ତାଙ୍କର ଦମଦାର ଅଭିନୟ ପାଇଁ ଅନେକ ପ୍ରଶଂସକ ରହିଛନ୍ତି । ୨୦୦୫ରେ ‘ବାଃ ଲାଇଫ୍ ହୋ ତୋ ଐସି’ ଜରିଆରେ ସେ ବଲିଉଡ୍ ଡେବ୍ୟୁ କରିଥିଲେ । ଏହାପରେ ଧୋନୀ, କବାଲି, ହାରାମ, ଲିଜେଣ୍ଡ ଭଳି ଅନେକ ଦକ୍ଷିଣୀ ଫିଲ୍ମରେ ନିଜର ଦକ୍ଷତା ଦେଖାଇଛନ୍ତି ରାଧିକା । ତେବେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁଥିବା ରାଧିକା ସମ୍ପ୍ରତି ପିଙ୍କ୍ କଲର୍ ଶାର୍ଟ ପିନ୍ଧି ଫଟୋ ଶେଆର୍ କରିଛନ୍ତି । ତେବେ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି । ଜଣେ କମେଣ୍ଟ ଦେଇଛନ୍ତି ଯେ ଆପଣ ପ୍ୟାଣ୍ଟ୍ ଘରେ ଭୁଲି ଯାଇଛନ୍ତି । ସେହିପରି ଆଉଜଣେ କହିଛନ୍ତି ଏଭଳି ଫଟୋ ଶେଆର୍ କରିବାକୁ ଲାଜ ଲାଗୁନି? ସୂଚନା ଥାଉକି ଶେଷଥର ପାଇଁ ନେଟଫ୍ଲିକ୍ସରେ ରାଧିକାଙ୍କୁ ‘ରାତ ଅକେଲି ହୈ’ରେ ଦେଖିବାକୁ ମିଳିଥିଲା । ଏଥିରେ ନବାଜୁଦ୍ଦିନ ସିଦ୍ଦିକ ସହ ସେ ଅଭିନୟ କରିଥିଲେ ।

 

View this post on Instagram

 

A post shared by Radhika (@radhikaofficial)

Get real time updates directly on you device, subscribe now.