fbpx

ଦ୍ୱିତୀୟ ଟି-୨୦ରେ ୪ ଖେଳାଳିଙ୍କ ପଦାର୍ପଣ; ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଶ୍ରୀଲଙ୍କା ଅଧିନାୟକ ଦାସୁନ ସଣକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । କରୋନା ପଜିଟିଭ୍ ଥିବା କୃଣାଲ ପାଣ୍ଡ୍ୟା ଏହି ମ୍ୟାଚରୁ ବାଦ ପଡିଛନ୍ତି । ଏହା ସହିତ କୃଣାଲଙ୍କ ସଂସ୍ପର୍ଶରେ ୍ରଆସିଥିବା ୮ ଜଣ ଖେଳାଳିଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି ।

ଭାରତର ୪ ଜଣ ନବାଗତ ଖେଳାଳି ଏହି ମ୍ୟାଚ ଜରିଆରେ ପଦାର୍ପଣ କରିବେ । ଦେବଦତ୍ତ ପାଡିକଲ, ନୀତିଶ ରାଣା, ଋତୁରାଜ ଗାଏକ୍ୱାଡ ଓ ଚେତନ ସାକାରିୟା ଏହି ମ୍ୟାଚରେ ପଦାର୍ପଣ କରିଛନ୍ତି । ପୂର୍ବ ମ୍ୟାଚ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ କେବଳ ଶିଖର ଧୱନ, ଭୁବନେଶ୍ୱର କୁମାର ଓ ସଞ୍ଜୁ ସାମସନ ଏହି ଟିମରେ ଅଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରାହୁଲ ଚହର, ନବଦୀପ ସାଇନି, ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି ।

Get real time updates directly on you device, subscribe now.