fbpx

ଜନ୍ମଦିନରେ ଦୁଷ୍କର୍ମର ଶିକାର ହେଲେ ମହିଳା, ଡେଟିଂ ଆପ୍ ଜରିଆରେ ପରିଚିତ ହୋଇଥିଲେ ଅଭିଯୁକ୍ତ ବୟଫ୍ରେଣ୍ଡ

ମୁମ୍ବାଇ: ଜଣେ ମହିଳାଙ୍କୁ ତାଙ୍କ ଜନ୍ମଦିନରେ ଫାଇଭ୍ ଷ୍ଟାର୍ ହୋଟେଲରେ ମଦ ପିଆଇ ଦୁଷ୍କର୍ମ କରାଯାଇଛି । ଏନେଇ ମହିଳା ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ତେବେ ମହିଳା ଜଣକ ଡେଟିଂ ଆପ୍ ମାଧ୍ୟମରେ ପରିଚିତ ହୋଇଥିବା ତାଙ୍କ ବୟଫ୍ରେଣ୍ଡ୍ ହିଁ ଏପରି କରିଥିବା ଜଣାପଡ଼ିଛି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଡେଟିଂ ଆପ୍ ଜରିଆରେ ଜଣେ ଯୁବକଙ୍କ ସହିତ ମହିଳା ଜଣକ ପରିଚିତ ହୋଇଥିଲେ । ସେ ମାତ୍ର ଏକ ମାସ ହେବ ଅଭିଯୁକ୍ତଙ୍କ ସହିତ ଚାଟିଂ କରୁଥିଲେ । ସୋମବାର ଅଭିଯୁକ୍ତ ଜଣକ ତାଙ୍କ ଜନ୍ମ ଦିନରେ ଏକ ଫାଇଭ୍ ଷ୍ଟାର୍ ହୋଟେଲରେ ଏକ ପାର୍ଟିର ଆୟୋଜନ କରିଥିଲେ ଏବଂ ତାଙ୍କୁ ସେଠାକୁ ଆସିବାକୁ କହିଥିଲେ । ଯେତେବେଳେ ସେ ସେଠାରେ ପହଞ୍ଚିଥିଲେ କିଛି ସମୟ କଥା ହେବାପରେ ଅଭିଯୁକ୍ତ ଜଣକ ତାଙ୍କୁ ୱାଈନ୍ ଅଫର୍ କରିଥିଲେ ।

ସେ ତାକୁ ପିଇବା ପରେ ତାଙ୍କ ମୁଣ୍ଡ ବୁଲାଇବା ସହିତ ନିଦ ଆସିଥିଲା । ଆଉ ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ପରିବାର ପକ୍ଷରୁ ପୋଲିସ୍ ଷ୍ଟେସନ୍ ରେ ମାମଲା ରୁଜୁ କରାଯାଇଛି । ପୋଲିସ୍ ଅଭିଯୁକ୍ତକୁ ଖୋଜିବା ପାଇଁ ଏବେ ଚେଷ୍ଟା ଜାରି ରଖିଛି ।

 

Get real time updates directly on you device, subscribe now.