fbpx

୫ଜି ମାମଲା: ହାଇକୋର୍ଟରେ କରିଥିବା ଯାଚିକାକୁ ଫେରାଇନେଲେ ଜୁହୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜୁହୀ ଚାୱଲା ବିଗତ କିଛି ସମୟ ଧରି ଦେଶରେ ୫ଜି ନେଟୱର୍କ ଲାଗୁ କରିବାକୁ ବିରୋଧ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ମେ ମାସରେ ଏହା ସହ ଜଡ଼ିତ ଆଦେଶରେ ସଂଶୋଧନ ପାଇଁ ନିବେଦନ କରିବା ସହ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଅଭିନେତ୍ରୀ ନିଜ ଯାଚିକା ଫେରାଇ ନେଇଛନ୍ତି । ଜୁହୀ ଚାୱଲା ମେ ୩୧ରେ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରି ମନୁଷ୍ୟ, ପଶୁ, ବୃକ୍ଷ-ଲତା ତଥା ଜୀବ ଜନ୍ତୁଙ୍କ ଉପରେ ଏହାର ରେଡିଏସନ ଯୋଗୁଁ ପଡ଼ିବାକୁ ଥିବା ପ୍ରଭାବ ଉପରେ ସ୍ୱର ଉଠାଇଥିଲେ । ସୂଚନାଯୋଗ୍ୟ, ଅଦାଲତ ଗତ ମାସରେ ତାଙ୍କର ଏହି ମାମଲାକୁ ଖାରଜ କରିଦେଇଥିଲେ ଏବଂ ୨୦ ଳକ୍ଷ ଟଙ୍କାର ଜୋରିମାନା ଲଗାଇଥିଲେ ।

ତେବେ ବର୍ତ୍ତମାନ ଯାଚିକା ଫେରାଇ ନେବା ମାମଲାରେ ଜୁହୀଙ୍କ ଓକିଲ କହିଛନ୍ତି ଜୁହୀ ଚାୱଲା କେବେବି ମକଦ୍ଦମାର ସ୍ତରକୁ ଯାଇନଥିଲେ । ସିଭିଲ ପ୍ରୋସେସ୍ କୋଡ ଅନୁଯାୟୀ ମାମଲା ବରଖାସ୍ତ କିମ୍ବା ଫେରସ୍ତ କରାଯାଇପାରିବ । ଜଷ୍ଟିସ ଜୟନ୍ତ ନାଥ ଅନୁମତି ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.