fbpx

ଟୋକିଓରେ ମେରୀ କମ ନିରାଶ; ପ୍ରି-କ୍ୱାର୍ଟରରୁ ବିଦା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା । ନିଜର ଅନ୍ତିମ ଅଲିମ୍ପିକ୍ସ ଖେଳୁଥିବା ତଥା ୬ ଥର ବିଶ୍ୱ ଚାମ୍ପିୟନ୍ ଏମ୍ ସି ମେରୀକମ୍ ଟୋକିଓ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି । ଗୁରୁବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ମୁକାବିଲାରେ ମେରୀ କଲମ୍ବିଆର ଭାଲେନ୍ସିଆ ଇଙ୍ଗ୍ରିଟଙ୍କ ନିକଟରୁ ପରାଜିତ ହୋଇଛନ୍ତି । ପ୍ରଥମ ରାଉଣ୍ଡ ମ୍ୟାଚକୁ ଅନାୟାସରେ ଜିତି ନେଇଥିବା ମେରୀ ଏହି ମ୍ୟାଚରେ ସ୍ପଲିଟ ଭର୍ଡିକ୍ଟରେ ପରାଜିତ ହୋଇଛନ୍ତି । ଅନ୍ୟ ଭାରତୀୟ ବକ୍ସରଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିବା ବେଳେ ମେରୀ ୨-୩ରେ ପରାଜିତ ହୋଇଛନ୍ତି ।

ଗୁରୁବାରର ମୁକାବିଲାରେ ମେରୀ ପ୍ରଥମ ରାଉଣ୍ଡରେ ୧-୪ରେ ପରାଜିତ ହୋଇଥିଲେ । ତେବେ ପରବର୍ତ୍ତୀ ରାଉଣ୍ଡରେ ପ୍ରତ୍ୟାବର୍ତ୍ତନ କରିବା ସହିତ ୩-୨ରେ ବିଜୟୀ ହୋଇଥିଲେ । ମାତ୍ର ଅନ୍ତିମ ତଥା ନିର୍ଣ୍ଣାୟକ ରାଉଣ୍ଡରେ ଇଙ୍ଗ୍ରିଟଙ୍କ ସପକ୍ଷରେ ନିଷ୍ପତ୍ତି ଆସିବା ସହିତ ମେରୀ ବିଦାୟ ନେଇଥିଲେ । ନିଜର ଅନ୍ତିମ ଅଲିମ୍ପିକ୍ସ ଲଢୁଥିବା ମେରୀ କମ୍ ୬ଥର ବିଶ୍ୱ ଚାମ୍ପିୟନଶିପ୍ ଏବଂ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Get real time updates directly on you device, subscribe now.