fbpx

ମନ୍ଦିର ଯିବା ବେଳେ ମେୟର ଶିବରାଜଙ୍କୁ ଗୁଳି କରି ହତ୍ୟା

କଟିହାର : ବିହାରରେ ଅପରାଧୀମାନେ ଲଗାତାର ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି । ଏହାରି ମଧ୍ୟରେ କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ରାତିରେ କିଛି ବାଇକ୍ ଆରୋହୀ ଶିବରାଜଙ୍କ ଅତି ନିକଟକୁ ଆସି ଛାତିରେ ଗୁଳି ମାରିଥିବା ଜଣାପଡିଛି । ଖବର ମିଳିବା ମାତ୍ରେ ଘଟଣାସ୍ଥଳକୁ ପହଞ୍ଚିଥିଲା ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କୌଣସି ସୂଚନା ମିଳିପାରି ନାହିଁ । ଏହି ହତ୍ୟାକାଣ୍ଡ ଶିବରାଜଙ୍କ ରହୁଥିବା ୱାର୍ଡ ସନ୍ତୋଷୀ କଲୋନୀରେ ଘଟିଛି ।

ହତ୍ୟାକାଣ୍ଡକୁ ନେଇ କୁହାଯାଉଛି ଯେ, ବାଇକରେ ୪ ଆକ୍ରମଣକାରୀ ଶିବରାଜଙ୍କ ନିକଟକୁ ଆସିଥିଲେ । ଶିବରାଜଙ୍କ ନିକଟତର ହେବା ମାତ୍ରେ ଆଖିବୁଜା ଗୁଳି ଚଲାଇଥିଲେ ଦୁର୍ବୃତ୍ତ । ଫଳରେ ମେୟର ଶିବରାଜଙ୍କ ଛାତିରେ ୩ଟି ଗୁଳି ବାଜିଥିଲା ଓ ସେ ରକ୍ତାକ୍ତ ହୋଇ ଟଳିପଡିଥିଲେ । ହତ୍ୟାକାଣ୍ଡ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି । ପୋଲିସର ବଡ ବଡ ଅଫିସରମାନେ ବି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଜାରି ରଖିଛନ୍ତି ।

ଡିଏମ ଉଦୟନ ମିଶ୍ରା ମିଡିଆକୁ ସୂଚନା ଦେଇ କହିଛନ୍ତି ଯେ, ମନ୍ଦିର ଯିବା ସମୟରେ ଶିବରାଜଙ୍କୁ ଦୃର୍ବୁତ୍ତମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଶିବରାଜଙ୍କ ବଡିଗାର୍ଡ ମଧ୍ୟ ସାମିଲ ରହିଛି, କାରଣ ଘଟଣା ସମୟରେ ସେ ତାଙ୍କ ସହିତ ନଥିଲା । ଘଟଣାକୁ ନେଇ ଛାନଭିନ୍ ଜାରି ରହିଛି ।

Get real time updates directly on you device, subscribe now.