fbpx

ଆଶ୍ଚର୍ଯ୍ୟ: ଜନ୍ମ ହେବା ମାତ୍ରେ ଗର୍ଭବତୀ ହୋଇଗଲା ଏକ ଦିନିଆ ଶିଶୁ

ନୂଆଦିଲ୍ଲୀ: ଚିକିତ୍ସା ଦୁନିଆରେ ଅନେକ ଅଜବ ଗଜବ ଘଟଣା ଦେଖିବାକୁ ମିଳିଛି । ସେଗୁଡ଼ିକ ମଧ୍ୟରୁ ଅନେକ ମାମଲା ଏପରି ରହିଛି ଯାହାକୁ ବିଶ୍ୱାସ କରିବା କଷ୍ଟକର । ସେହିଭଳି ଏକ ଅବିଶ୍ୱସନୀୟ ମାମଲା ଦେଖିବାକୁ ମିଳିଛି ଇସ୍ରାଏଲ୍ ରେ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଗୋଟିଏ ଶିଶୁ ମାଆ ଗର୍ଭରୁ ଜନ୍ମ ହେବା ପରେ ଜଣାପଡ଼ିଥିଲା ଯେ, ସେ ଗର୍ଭବତୀ । ଏହା ଶୁଣିବାକୁ ଅସମ୍ବମ୍ଭବ ଲାଗୁଥାଇ ପାରେ କିନ୍ତୁ କତା ଟି ସମ୍ପୂର୍ଣ୍ଣ ସତ । ଡାକ୍ତର ମାନେ ଏହା ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଯେତେବେଳେ ସେମାନେ ଦେଖିଥିଲେ ଯେ, ଏକ ନବଜାତ ଶିଶୁ ଜନ୍ମ ହେଉ ହେଉ ଗର୍ଭବତୀ ଅଛି । ଏହିଭଳି ମାମଲା ପୂରା ଦୁନିଆରେ ପ୍ରତି ୫ ଲକ୍ଷ ମାମଲାରେ ଗୋଟିଏ ହୋଇଥାଏ ।

ସୂଚନା ମୁତାବକ, ଶିଶୁଟିର ଜନ୍ମ ଜୁଲାଇ ମାସରେ ଇସ୍ରାଏଲ୍ ର ଆସୁତା ମେଡିକାଲ୍ ସେଣ୍ଟରରେ ହୋଇଥିଲା । ଡାକ୍ତର ମାନେ ଶିଶୁଟିର ଚିକିତ୍ସା କରିବା ସମୟରେ ଶିଶୁର ପେଟରେ କିଛି ଅଜବ ଜିନିଷ ଦେଖିବାକୁ ପାଇଥିଲେ । ଏଥିପାଇଁ ଡାକ୍ତର ମାନେ ଶିଶୁଙ୍କ ଏକ୍ସରେ ବାହାର କରିଥିଲେ । ଆଉ ରିପୋର୍ଟରେ ସାମନାକୁ ଆସିଥିଲା ଯେ, ଶିଶୁଟିର ପେଟରେ ଆଉ ଏକ ଶିଶୁ ରହିଛି । ବାସ୍ତବରେ ଶିଶୁଟିର ମାଆ ଏକ ଯୋଡ଼ା ଯାଆଁଳା ଶିଶୁ ଜନ୍ମ ଦେବାର ଥିଲା । କିନ୍ତୁ ସେଥିମଧ୍ୟରୁ ଗୋଟିଏ ପିଲା ଅନ୍ୟଜଣଙ୍କ ପେଟକୁ ଚାଲିଗଲା । ତେବେ ଶିଶୁଟିର ପେଟରେ ଦେଖିବାକୁ ମିଳିଥିଲା ଭୃଣକୁ ଅପରେସନ୍ କରି ବାହାର କରିଦିଆଯାଇଛି ।

Get real time updates directly on you device, subscribe now.