fbpx

ସୋନୁଙ୍କୁ ଐଶ୍ୱର୍ଯ୍ୟା କଣ ଡାକନ୍ତି? କାରଣ ଜାଣିଲେ ହୋଇଯିବେ ଖୁସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ସମାଜସେବା ପାଇଁ ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ବିଶ୍ୱ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା କଣ ଡାକନ୍ତି? କାହିଁକି ସେ ଏଭଳି ଡାକନ୍ତି ଓ ତାଙ୍କ ପରିବାର ସହ ସୋନୁଙ୍କ କିଭଳି ରହିଛି ଲିଙ୍କ୍? ସୋନୁ ସୁଦ ଜୁଲାଇ ୩୦ରେ ନିଜର ୪୮ ତମ ଜନ୍ମଦିନ ପାଳନ କରିଛନ୍ତି । ଆଉ ଏହି ଅବସରରେ ଐଶ୍ୱର୍ଯ୍ୟାଙ୍କ ସମେତ ବଚ୍ଚନ ପରିବାର ସହ ତାଙ୍କର ସମ୍ପର୍କ ବିଷୟରେ ଅଳ୍ପରେ ଜାଣନ୍ତୁ ।

ବହୁ ଚର୍ଚ୍ଚିତ ଫିଲ୍ମ୍ ‘ଯୋଦ୍ଧା ଆକବର’ରେ ଐଶ୍ଚର୍ଯ୍ୟାଙ୍କ ଭାଇ ଭୂମିକାରେ ଦେଖା ଦେଇଥିଲେ ସୋନୁ । ସେହିପରି ସୋନୁଙ୍କ ଅଭିନୀତ ‘ବୁଢ଼ା ହୋଗା ତେରା ବାପ୍’ରେ ଅମିତାଭ ବଚ୍ଚନ ଏବଂ ‘ଯୁବା’ରେ ଅଭିଷେକ ବଚ୍ଚନ ମଧ୍ୟ ଅଭିନୟ କରିଥିଲେ । ୨୦୧୩ରେ ସୋନୁ ଏକ ସାକ୍ଷାତକାର ଅବସରରେ ବଚ୍ଚନ ପରିବାର ସହ ତାଙ୍କର ସମ୍ପର୍କକୁ ନେଇ ମତ ପ୍ରକାଶ କରିଥିଲେ । ସମ୍ପୃକ୍ତ ୩ ଜଣ ଫିଲ୍ମଷ୍ଟାର୍ ମଧ୍ୟରେ ସବୁଠୁ ଅଧିକ ଅମିତାଭ ତାଙ୍କର ପ୍ରିୟ ବୋଲି ସେ ପ୍ରକାଶ କରିôତଲେ । ସୋନୁ ଆହୁରି କହିଥିଲେ ଯେ ନିଜ କାମକୁ ନେଇ ଅମିତାଭ ଖୁବ୍ ଡେଡିକେଟେଡ୍ ଆଉ ସେଟ୍ରେ ସେ ନିଜ ସଂଳାପଗୁଡ଼ିକ ଗୁଣୁଗୁଣାଇ ଥାଆନ୍ତି । ତେବେ ଐଶ୍ୱର୍ଯ୍ୟା ସେଟ୍ରେ ଗମ୍ଭୀର ତଥା ନିରବତା ରକ୍ଷା କରୁଥିବାବେଳେ ଅଭିଷେକ ସାଧାରଣ ଜୀବନରେ ଯେମିତି ସେଟ୍ରେ ମଧ୍ୟ ସେମିତି ସାଧାସିଧା । ତେବେ ବିଗ-ବିଙ୍କ ସହ କାମ କରି ତାଙ୍କୁ ବହୁତ ଖୁସି ଲାଗିଥିବା ସୋନୁ କହିଛନ୍ତି । ଐଶ୍ୱର୍ଯ୍ୟ ସେଟ୍ରେ କିଛି ସମୟ କାମ କରିବା ପରେ ପୂରା ଓପନ୍ ମାଇଣ୍ଡେଡ୍ ହୋଇଯାଆନ୍ତି ଏବଂ ଏବେ ମଧ୍ୟ ମୋତେ ‘ଭାଇ ସାହାବ’ ଡାକନ୍ତି ବୋଲି ସୋନୁ ପ୍ରକାଶ କରିଛନ୍ତି ।

 

Get real time updates directly on you device, subscribe now.