fbpx

ପିଏସଙ୍କ ଘରୁ ମିଳିଲା ନଗଦ ୨୫ ଲକ୍ଷ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣାରେ ଏବେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ଘର ରେଡ୍ ବେଳେ ମିଳିଲା ନଗଦ ୨୫ ଲକ୍ଷ ଟଙ୍କା । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଛି ନଗଦ ୨୫ ଲକ୍ଷ ଟଙ୍କା । ଏହାପୂର୍ବରୁ ସକାଳ ସମୟରେ ତାଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି ।

ସୂଚନା ଯେ, ଚାକିରି ଦେବା ନାଁରେ ଅର୍ଥ ଆଦାୟ କରି ମାଲାମାଲ ହେଉଥିଲେ ପିଏସ୍ । ଭିଜିଲାନ୍ସ ଚଢାଉ ପରେ ଖୋଲିଲା ଓଏସଏସସି ସଦସ୍ୟଙ୍କ ପିଏସଙ୍କ କାରନାମା । ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ ହେବା ପରେ ଏହାର ଗଣତି ଚାଲିଛି । ଏ ହେଉଛି ଷ୍ଟାଫ ସିଲେକ୍ସମନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ କାରନାମା ।

କୌଣସି ସୂତ୍ରରୁ ଖବର ପାଇ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିରଞ୍ଚିଙ୍କ ୬ଟି ଜାଗାରେ ରେଡ୍ ହୋଇଛି । ରେଡରେ ସାମିଲ ଥିଲେ ଭିଜିଲାନ୍ସର ୪ ଡିଏସପି, ୧୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ । ରେଡ୍ ୨ଟି ଦୁଇ ମହଲା କୋଠା, ୯ଟି ଜମି ଠାବ କରାଯାଇଥିବା ସୂଚନା ମିଳିଛି । ଏପରିକି ତାଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଠାବ କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ ପିଏସଙ୍କ ଘରୁ ଜବତ ହୋଇଛି ୧୦ ଲକ୍ଷ ଟଙ୍କା । କିନ୍ତୁ ଏବେ ପୁଣି ୨୫ ଲକ୍ଷ ଟଙ୍କା ମିଳିଥିବା ସୁଚନା ।

Get real time updates directly on you device, subscribe now.