fbpx

ନୂଆ ଆଇଟି ନିୟମ: ଫେସବୁକ-ହ୍ୱାଟ୍ସଆପ୍ ର ଯାଚିକା ଉପରେ ଅଗଷ୍ଟରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ଚାଲେଞ୍ଜ କରି ଫେସବୁକ ଏବଂ ହ୍ୱାଟ୍ସଆପ୍ ଦ୍ୱାରା ଦାୟର ହୋଇଥିବା ଯାଚିକାର ଅଗଷ୍ଟ ୨୭ ରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ । ସୂଚନାଯୋଗ୍ୟ, ନୂଆ ଆଇଟି ନିୟମକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଚାଲେଞ୍ଜ କରିଛନ୍ତି । ଏହି ନିୟମ ଅନୁଯାୟୀ ଆପ୍ ରେ କରାଯାଉଥିବା ମେସେଜର ଯାଞ୍ଚ କରିବା ଏବଂ ମେସେଜର ମୂଳ ଉତ୍ସର ଚିହ୍ନଟ କରିବା । ଏହାକୁ ଗୋପନୀୟତା ଅଧିକାରର ଉଲ୍ଲଘଂନ ଏବଂ ଏହି ନିୟମକୁ ଅସମ୍ବିଧାନିକ କୁହାଯାଇ ଚାଲେଞ୍ଜ କରାଯାଇଛି ।

ଚିଫ ଜଷ୍ଟିସ ଡି.ଏନ. ପଟେଲ ଏବଂ ଜଷ୍ଟିସ ଜ୍ୟୋତି ସିଂହଙ୍କ ବେଞ୍ଚ ମାମଲାର ଶୁଣାଣି ଉପରେ ୨୭ ଅଗଷ୍ଟ କୁ ବଢ଼ାଇଛନ୍ତି । ନୂଆ ସୂଚନା ପ୍ରଦ୍ୟୋଗିକ ନିୟମ, ୨୦୨୧ ର ଘୋଷଣା ୨୫ ଫେବୃଆରୀରେ କରାଯାଇଥିଲା । ଏଥିରେ ଟ୍ୱିଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ଭଳି ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ୨୫ ମେ ସୁଦ୍ଧା ନୂଆ ଆଇଟି ନିୟମ ଲାଗୁ କରିବା ପାଇଁ ସମୟ ଦିଆଯାଇଥିଲା ।

ତେବେ ହ୍ୱାଟ୍ସଆପ୍ ଏହାକୁ ଚାଲେଞ୍ଜ କରି ଯାଚିକା ଦାୟର କରିଥିଲା ଏବଂ କହିଥିଲା କି ମେସେଜର ଉତ୍ସର ଠିକଣା ଦେବା ଅସମ୍ବିଧାନିକ ଏବଂ ଏହା ଗୋପନୀୟତା ମୌଳିକ ଅଧିକାରର ବିରୋଧୀ ଅଟେ ।

Get real time updates directly on you device, subscribe now.