fbpx

‘ଏଲୋପାଥିକ୍ ମେଡିସିନ୍ ପାଇଁ ଲକ୍ଷ ଲକ୍ଷ ମରିଗଲେ’, ରାମଦେବ ବାବାଙ୍କ ଏହି ବୟାନକୁ ନେଇ ନୋଟିସ୍ ଜାରି କଲା ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ଯୋଗଗୁରୁ ବାବା ରାମଦେବ । ଏଲୋପାଥିକ୍ ଔଷଧକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ବାବ ରାମଦେବଙ୍କୁ ନୋଟିସ୍ ଜାରି କରିଛି । ହାଇକୋର୍ଟ ପକ୍ଷରୁ ଏଲୋପାଥିକ୍ ଏବଂ ଏଲୋପାଥିକ୍ ଡାକ୍ତରଙ୍କ ନାମରେ ଭୁଲ୍ ତଥ୍ୟ ପ୍ରସାର କରିବାକୁ ନେଇ ନୋଟିସ୍ ଜାରି କରିଛନ୍ତି । ଏହି ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବାର ସମ୍ଭାବନା ରହିଛି ।

କିନ୍ତୁ ବାବା ରାମଦେବଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ସେ ନିଜର ଟିପ୍ପଣୀକୁ ଫେରାଇ ନେଇଛନ୍ତି । ଭାଇରାଲ୍ ହେଉଥିବା ଭିଡିଓରେ କରୋନା ମହାମାରୀର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା କିଛି ଔଷଧକୁ ନେଇ କହୁଛନ୍ତି ଯେ, କୋଭିଡ୍-୧୯ ପାଇଁ ଏଲୋପାଥିକ୍ ମେଡିସିନ୍ ନେବାପରେ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଇଲେ ।

ଆଇଏମଏ ପକ୍ଷରୁ ସ୍ୱାମୀ ରାମଦେବଙ୍କୁ ମାନହାନି ନୋଟିସ୍ ଦେଇଥିଲେ । ଯେଉଁଥିରେ ୧୫ ଦିନ ଭିତରେ କ୍ଷମା ମାଗିବାକୁ କୁହାଯାଇଥିଲା । କିନ୍ତୁ ଏହି ସମୟ ଶେଷ ହୋଇଯାଇଛି ହେଲେ କ୍ଷମା ରାମଦେବ କ୍ଷମା ମାଗିନାହାନ୍ତି । ଏହାପରେ ବାବଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।

Get real time updates directly on you device, subscribe now.