fbpx

ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ: ଏମିତି କରନ୍ତୁ ଚେକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରଗୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ଫଳାଫଳ ଉନ୍ମୋଚିତ ହୋଇଛି । ବିଜ୍ଞାନରେ ୯୫.୧୫ ଛାତ୍ରଛାତ୍ରୀ ପାଶ କରିଛନ୍ତି । ସମୁଦାୟ ୮୯ ହଜାର ୯୫୧ ଜଣ ଛାତ୍ରଛାତ୍ରୀ ପାଶ କରିଥିବା ଜଣାପଡିଛି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଜଣ ପାଶ କରିଥିବା ଜଣାପଡିଛି । ଏହା ବାଦ ତୃତୀୟ ଶ୍ରେଣୀରେ ୧୪୬୩୧ ଜଣ ପାଶ କରିଥିବା ଜଣାପଡିଛି ।

ବାଣିଜ୍ୟରେ ଛାତ୍ରଛାତ୍ରୀଙ୍କ ପାଶ ହାର ୯୪.୯୬ ପ୍ରତିଶତ ରହିଥିବା ଜଣାପଡିଛି । ବାଣିଜ୍ୟରେ  ରେଗୁଲାର ଛାତ୍ରଛାତ୍ରୀଙ୍କ ପାଶ ହାର ୯୯.୯୫ ପ୍ରତିଶତ ରହିଥିବା ଜଣାପଡିଛି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ୮ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ପାଶ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୬୯୬ ଜଣ ପାଶ କରିଛନ୍ତି । ଏହା ବାଦ ତୃତୀୟ ଶ୍ରେଣୀରେ ୯ ହଜାର ୬୬ଜଣ ପାଶ କରିଛନ୍ତି । ସେହିପରି ରାତି ୮ଟାରେ ୱେବସାଇଟ orissaresults.nic.in ରେ ପରୀକ୍ଷା ଫଳ ପ୍ରକାଶିତ ହେବ । ୱେସାଇଟରେ ଆପଣ ନିଜର ପରୀକ୍ଷାଫଳ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.