fbpx

୨୮ରେ ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର, ୧୬ା୨(ଓଡ଼ିଶା ଭାସ୍କର): ଆସନ୍ତା ୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ୨ ଦିନିଆ ଗସ୍ତରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ । ୨୮ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ନାଗରିକ ସଂଶୋଧନ ଆଇନ୍ ସମର୍ଥନରେ ସଭାରେ ଆଲୋଚନା ହେବ । ଏହା ପରେ ଭୁବନେଶ୍ୱରରେ ହିଁ ରାତ୍ରିଯାପନ କରିବେ ଶାହା ।

୨୯ ତାରିଖରେ ଜଗନ୍ନାଥ ଓ ଲିଙ୍ଗରାଜଙ୍କୁ ଦର୍ଶନ କରି ଦିଲ୍ଲୀ ଫେରିଆସିବେ ଗୃହମନ୍ତ୍ରୀ । ଗୃହମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅମିତ ଶାହା ଓଡିଶା ଆସୁଛନ୍ତି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.