fbpx

ଅଲିମ୍ପିକ୍ ଅଭିଯାନ ପାଇଁ ସୋନୁ ସୁଦ୍ ବ୍ରାଣ୍ଡ୍ ଆମ୍ବାସଡର୍, ଜନ୍ମଦିନରେ ମିଳିଲା ଉପହାର

ଓଡ଼ିଶା ଭାସ୍କର ବ୍ୟୁରୋ: ଏଇ ନିକଟରେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ନିଜର ୪୮ତମ ଜନ୍ମଦିବସ ପାଳନ କରିସାରିଛନ୍ତି । ଏଥିପାଇଁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ଏବଂ ତାଙ୍କୁ ସିଧାସଳଖ ଭେଟି ପ୍ରଶଂସକମାନେ ଅଭିନନ୍ଦନ ଜଣାଇଥିଲେ । ତେବେ ଉକ୍ତ ଜନ୍ମଦିନ ଅବସରରେ ସୋନୁଙ୍କୁ ମିଳିଛି ଏକ ସ୍ୱତନ୍ତ୍ର ଉପହାର । ଆଉ ସେ ବନି ଯାଇଛନ୍ତି ଅଲିମ୍ପିକ ଅଭିଯାନ ପାଇଁ ବ୍ରାଣ୍ଡ୍ ଆମ୍ବାସଡର୍ ।

ସୂଚନା ଅନୁସାରେ ୨୦୨୨ରେ ହେବାକୁ ଯାଉଛି ଶୀତକାଳୀନ ସ୍ୱତନ୍ତ୍ର ଅଲିମ୍ପିକ୍ସ । ଆଉ ଏଥିପାଇଁ ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ସୋନୁଙ୍କୁ ଚୟନ କରାଯାଇଛି । ସେ ଭାରତୀୟ ଦଳର ଅଂଶୀଦାର ରହିବେ । ଭାରତର ପ୍ରମୁଖ କ୍ରୀଡ଼ା ଅଧିକାରୀ ଓ କ୍ରୀଡ଼ାବିତଙ୍କ ସହ ଏ ସମ୍ପର୍କରେ ଭର୍ଚୁଆଲ୍ ମାଧ୍ୟମରେ କଥାବର୍ତ୍ତା ହେବା ପରେ ସୋନୁ ସୁଦ୍ ଏ ସମ୍ପର୍କରେ ସୂଚନା ସାର୍ବଜନୀନ କରିଛନ୍ତି । ଏହା ଜୀବନର ଏକ ବିଶେଷ ସ୍ମରଣୀୟ ମୁହୂର୍ତ୍ତ ଯାହାକି ସ୍ପେସାଲ୍ ଅଲିମ୍ପିକ୍ ଅଭିଯାନରେ ସାମିଲ୍ କରାଯାଇଛି ବୋଲି ସୋନୁ ଖୁସି ପ୍ରକାଶ କରିଛନ୍ତି । ସେ ନିଜକୁ ସୌଭାଗ୍ୟ ମନେକରୁଥିବା ଓ ଏହି ଗୁରୁ ଦ୍ୱାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବାକୁ ମଧ୍ୟ କଥା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ଆସନ୍ତା ଶୀତକାଳୀନ ସ୍ୱତନ୍ତ୍ର ଅଲିମ୍ପିକ୍ ରୁଷ୍ରେ ହେବାକୁ ଯାଉଛି । ଏଥିପାଇଁ ଭାରତର ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ଚୟନ ହୋଇଥିବା ସୋନୁ ସୁଦ୍ ଏକ ଫୁଟବଲ୍ ଧରିଥିବା ଫଟୋ ମଧ୍ୟ ଶେଆର୍ କରିଛନ୍ତି । ସେ ଖେଳାଳିଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିବା ସହ ଶୁଭକାମନା ଜଣାଇଥିବାବେଳେ ତାଙ୍କୁ ପୂଜା ବାତ୍ରାଙ୍କଠୁ ଆରମ୍ଭ କରି ଫରାହ ଖାନଙ୍କ ଭଳି ବଲିଉଡ୍ ଷ୍ଟାର୍ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.