fbpx

କଟକରେ ହେବ ଗଣେଶ ପୂଜା, ମିଳିଲା ଅନୁମତି

କଟକ(ଓଡ଼ିଶା ଭାସ୍କର): ଚଳିତ ବର୍ଷ କଟକରେ ହେବ ଗଣେଶ ପୂଜା । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କିନ୍ତୁ ପୂଜା ସମୟରେ ଗହଳି ହେବ ନାହିଁ । ଅର୍ଥାତ୍ କୋଭିଡ୍ ନିୟମକୁ କଡାକଡ଼ି ପାଳନ କରାଯିବ ।

ଗଣେଶ ପୂଜାରୁ ପାର୍ବଣର ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ମଣ୍ଡପରେ ପୂଜା ପାଇବେ ବିଘ୍ନରାଜ । ଗତବର୍ଷ କରୋନା ମହାମାରୀର ପ୍ରକୋପ ଅଧିକ ରହିଥିବାରୁ ପୂଜା ପାଇଁ ଅନୁମତି ମିଳିନଥିଲା । ହେଲେ ଏଥର ମଣ୍ଡପରେ ପୂଜା କରାଯିବ । କିନ୍ତୁ କରୋନା ଗାଇଡଲାଇନ୍ ପାଳନ କରାଯାଇ ସବୁକିଛି କାର୍ଯ୍ୟ କରାଯିବ । ଅଯଥା ଲୋକ ଗହଳି କରିପାରିବେ ନାହିଁ । ଏନେଇ ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.