fbpx

Redmiର ପ୍ରଥମ ଲାପଟପ୍ ଆଜି ଲଞ୍ଚ ହେବ ଭାରତରେ, ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍

ନୂଆଦିଲ୍ଲୀ: ରେଡମି ବୁକ୍ ସିରିଜ ଲାପଟପ୍ ଆଜି ଭାରତରେ ଲଞ୍ଚ କରାଯିବ । ରେଡମି ବୁକ୍ ସିରିଜ ଜିଓମିର ରେଡମି ବ୍ରାଣ୍ଡର ପ୍ରଥମ ଲାପଟପ ବଜାରରେ ଉପଲବ୍ଧ ହେବ । ଏହା ପୂର୍ବରୁ ରେଡମି ବୁକ ଲାପଟପ ଚୀନରେ ଲଞ୍ଚ କରାଯାଇଥିଲା । ଆଜି ରେଡମି ବୁକ ୧୫ ଓ ରେଡମି ବୁକ ୧୪କୁ ଲଞ୍ଚ କରାଯିବ ବୋଲି କୁହାଯାଇଛି । ଏଥିରେ ୧୧ତମ ଜେନେରେସନର ଇଣ୍ଟେଲ କୋର ଆଇ୩ ଓ କୋର ଆଇ୫ ପ୍ରୋସେସର ରହିଥିବା ଜଣାପଡ଼ିଛି ।

ରେଡମି ବୁକ ଆଜି ଲଞ୍ଚ କରିବା ସମୟରେ ଏହାର ଲାଇଭ ଷ୍ଟ୍ରିମ୍ ୟୁ-ଟ୍ୟୁବରେ କରାଯିବ । ଏହି ଅବସରରେ ଜିଓମି ପକ୍ଷରୁ ଏହି ଲାପଟପର ମୂଲ୍ୟ, କନଫିଗ୍ରେସନ ଆଦି ବିଷୟରେ ସୂଚନା ଦିଆଯିବ । ଲଞ୍ଚ ପୂର୍ବରୁ ରେଡମି ବୁକ ୧୫ର ମୂଲ୍ୟ ୫୦ ହଜାର ଟଙ୍କା ମଧ୍ୟରେ ରହିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ରେଡମି ବୁକ୍ ମଡେଲ ଲାପଟପରେ ୧୫.୬ ଇଞ୍ଚ ଡିସପ୍ଲେ ରହିଥିବା ଜିଓମି ପକ୍ଷରୁ କୁହାଯାଇଛି । ଏହାଛଡ଼ା ୧୧ତମ ଜେନେରେସନର ଇଣ୍ଟେଲ କୋର ପ୍ରୋସେସର ସହିତ ୧୦ ଘଣ୍ଟା ବ୍ୟାଟେରି ଲାଇଫ୍ ଦିଆଯାଇଛି । ତେବେ ଏହା ୱିଣ୍ଡୋ ୧୦ରେ ଚାଲିବା ସହ ଏଥିରେ ଫୁଲ ଏଚଡି ଡିସପ୍ଲେ ରହିଥିବା ପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା । ଏଥିରେ ରାମ ୮ ଜିବି, ୨୫୬ ଜିବି ବା ୫୧୨ ଜିବି ପିସିଆଇଇ ଏସଏସଡି ଷ୍ଟୋରେଜ୍ ଅପ୍ସନ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.