fbpx

୨୦୩୦ ସୁଦ୍ଧା ଦୁନିଆର ସର୍ବଶ୍ରେଷ୍ଠ ଦେଶ ହେବ ଭାରତ, କାରଣ ଦର୍ଶାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତ ପ୍ରତିଟି କ୍ଷେତ୍ରରେ ଦୁନିଆର ନେତୃତ୍ୱ ନେଇପାରେ । ଏହା କହିଛନ୍ତି ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରଦୂତ । ତାଙ୍କ ମତରେ ଦୁନିଆର ଦୁଇ ସବୁଠୁ ବଡ ଗଣତନ୍ତ୍ର ଏକାଠି ମିଶି ବହୁତ କିଛି କରିପାରିବେ । ରିଚାର୍ଡ ବର୍ମା କହିଛନ୍ତି, ୨୦୩୦ ବେଳକୁ ମୋତେ ଏକ ନୂତନ ଭାରତ ଦେଖିବାକୁ ମିଳୁଛି, ଯିଏ ପ୍ରାୟ ସବୁ କ୍ଷେତ୍ରରେ ଦୁନିଆର ନେତୃତ୍ୱ ନେଇ ପାରିବ ।

ସେ କହିଛନ୍ତି, ସବୁଠୁ ଅଧିକ ଜନବହୁଳ ଦେଶ, ସବୁଠୁ ଅଧିକ କଲେଜ ସ୍ନାତକ, ସବୁଠୁ ବଡ ମଧ୍ୟମ ବର୍ଗ, ସବୁଠୁ ଅଧିକ ସେଲ ଫୋନ ଓ ଇଣ୍ଟରନେଟ୍ ଉପଯୋଗକାରୀ, ତୃତୀୟ ସବୁଠୁ ବଡ ସୈନ୍ୟ ଶକ୍ତି ଓ ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ସହିତ, ଦୁନିଆର ସବୁଠୁ ବଡ ଗଣତନ୍ତ୍ରରେ ୨୫ ବର୍ଷରୁ କମ ବୟସର ୬୦ କୋଟି ଲୋକ ଅଛନ୍ତି । ଅମାପ ଶକ୍ତିର ଅଧିକାରୀ ଭାରତ ।

ରିଚାର୍ଡ ବର୍ମାଙ୍କ ଅନୁଯାୟୀ, ଆମ ଆଖି ସାମ୍ନାରେ ଆଜି ହେଉଥିବା ବ୍ୟାପକ ବିକାଶରେ ଭାରତ ଶୀର୍ଷରେ ରହିଛି । ଆଗାମୀ ଦଶନ୍ଧିରେ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶରେ ଭାରତ ପ୍ରାୟ ୨ ଟ୍ରିଲିୟନ ଡଲାର ଖର୍ଚ୍ଚ କରିବ । ଭାରତରେ ୨୦୩୦ ପାଇଁ ଆବଶ୍ୟକ ଭିତ୍ତିଭୂମିର ସବୁଠୁ ବଡ ଭାଗ ନିର୍ମାଣ ହେବା ବାକି ରହିଛି । ଏଥିପାଇଁ ଆଜି ଏକାକୀ ପ୍ରାୟ ୧୦୦ ନୂତନ ବିମାନ ବନ୍ଦର ଯୋଜନା ପ୍ରସ୍ତୁତ କରାଯାଉଛି ।

ରିଚାର୍ଡ ବର୍ମା କହିଛନ୍ତି, ଆମେ ଏହି ଯୁଗର ଆରମ୍ଭ ୨୦୦୦ରେ ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ଭାରତ ଯାତ୍ରା ସହ ହୋଇଥିଲା । ଦଶନ୍ଧି ପର୍ଯ୍ୟନ୍ତ ଦୂରେଇ ରହିବା ପରେ ମଧ୍ୟ ଭାରତ ଓ ଆମେରିକା ସଂପର୍କରେ ଅନେକ ସୁଧାର ଆସିଛି । କ୍ଲିଣ୍ଟନଙ୍କ ଭାରତ ଯାତ୍ରା ଏଥିରେ ମୂଳଦୁଆ ପକାଇଛି । ଏବେ ସଂପର୍କ ନିଭାଇବାର ସମୟ ଆସି ଯାଇଛି ବୋଲି ବର୍ମା କହିଛନ୍ତି ।

ଏବେ ଆମ ଲୋକଙ୍କୁ ପରିଣାମ ଦେବାର ସମୟ ଆସି ଯାଇଛି । ଏହା ଏକ ବଡ ଆହ୍ୱାନ, ମାତ୍ର ଭାରତ ଓ ଆମେରିକା ଏକତ୍ର ହୋଇ ସବୁ କ୍ଷେତ୍ରରେ ରାଜୁତି କରି ପାରିବେ । ବିଶେଷ କରି ଭାରତର ଯୁବ ଶକ୍ତି ଆଗାମୀ ଦିନରେ ଦେଶରେ ସବୁ କ୍ଷେତ୍ରରେ ନେତୃତ୍ୱ ନେଇପାରିବେ । ବିଶାଳ ଅର୍ଥବ୍ୟବସ୍ଥା ସହ ମାନବ ସମ୍ବଳ ଯୋଗୁଁ ଭାରତ ୨୦୩୦ ସୁଦ୍ଧା ବହୁତ ଆଗକୁ ଚାଲିଯିବ ।

ସେ କହିଛନ୍ତି, ଭାରତ ସଂପ୍ରତି ମହାମାରୀ ସହ ସଂଘର୍ଷ କରୁଛି । ଆତଙ୍କବାଦର ମୁକାବିଲା କରୁଛି । ତଥାପି ନିଜ ପାଇଁ ବିକାଶର ନୂତନ ମାର୍ଗ ପ୍ରଶସ୍ତ କରିବାରେ ଲାଗିଛି ଯାହା ଲୋକଙ୍କ ଜୀବନକୁ ସରଳ, ସୁରକ୍ଷିତ, ସମୃଦ୍ଧ ଏବଂ ଭାଇଚାରାକୁ ଅଧିକ ମଜବୁତ କରିବ । ଯେତେବେଳେ ସେ ଭାରତର ପ୍ରତିଟି ରାଜ୍ୟ ଯାତ୍ରା କଲେ ତେବେ ଭାରତର ସମୃଦ୍ଧିର ଚିତ୍ର ପ୍ରଥମ ଥର ଦେଖିବାକୁ ପାଇଥିଲେ ବୋଲି ବର୍ମା କହିଛନ୍ତି ।

ଏହି କାରଣରୁ ମୁଁ ଭାରତୀୟଙ୍କ ପାଇଁ ବହୁତ ଉତ୍ସାହିତ । କାରଣ ଆପଣଙ୍କ ଆଙ୍ଗୁଳିରେ ଦୁନିଆ ରହିଛି । ଆପଣଙ୍କ ଦେଶ ଅନ୍ତରାଷ୍ଟ୍ରୀୟ ସଂସ୍ଥାରେ ଏକ ଅଗ୍ରଣୀ ସ୍ଥାନରେ ରହିଛି । ଆପଣଙ୍କ ବ୍ୟବସାୟ ବାଣିଜ୍ୟ ବିଶ୍ୱସ୍ତରରେ ଆର୍ଥିକ ବ୍ୟବସ୍ଥା ଓ ନବାଚାରର ଶକ୍ତି ପ୍ରଦାନ କରୁଛି । ଆପଣ ଆଜି ଏବଂ ଭବିଷ୍ୟତରେ କଣ ଭୂମିକା ନିଭାଇବାକୁ ଚାହାନ୍ତି ତାହା ଆପଣଙ୍କ ଉପରେ ନିର୍ଭର କରେ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରିଚାର୍ଡ ବର୍ମା କହିଛନ୍ତି ।

 

Get real time updates directly on you device, subscribe now.