fbpx

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ କ୍ୟାବିନେଟରେ ମଞ୍ଜୁରୀ, ୫୪ ବଦଳରେ ପାଇବେ ୯୦ ହଜାର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ ଆଜି ବିଧାୟକଙ୍କ ଦରମା-ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି । ଏଣିକି ଦିଲ୍ଲୀରେ ବିଧାୟକଙ୍କୁ ପ୍ରତି ମାସରେ ୯୦ ହଜାର ଟଙ୍କା ମିଳିବ, ଯେଉଁଥିରେ ତାଙ୍କର ଦରମା ଓ ଅନ୍ୟ ଆନୁସାଙ୍ଗିକ ଭତ୍ତା ବି ସାମିଲ ରହିଛି ।

ଦିଲ୍ଲୀ କ୍ୟାବିନେଟ୍ ମୁତାବକ, ଏଣିକି ବିଧାୟକମାନେ ପ୍ରତି ମାସରେ ୩୦ ହଜାର ଟଙ୍କା ଦରମା ପାଇବେ, ଯାହାକି ପୂର୍ବରୁ ୧୨ ହଜାର ଟଙ୍କା ଥିଲା । ଅନ୍ୟପଟେ ଦରମା-ଭତ୍ତା ମିଶାଇ ୯୦ ହଜାର ଟଙ୍କା ଦିଆଯିବ, ଯେଉଁଥିପାଇଁ ତାଙ୍କୁ କେବଳ ୫୪ ହଜାର ଟଙ୍କା ଦିଆଯାଉଛି । ସୂତ୍ର ମୁତାବକ, ୨୦୧୫ ମସିହାରେ ଦିଲ୍ଲୀ ସରକାର ବିଧାୟକଙ୍କ ଦରମା ବୃଦ୍ଧି କରିବା ଆଇନକୁ ଦିଲ୍ଲୀ ବିଧାନସଭାରେ ପାସ୍ କରିବା ପରେ କେନ୍ଦ୍ର ସରକାରଙ୍କୁ ପଠାଇଥିଲେ, ଯାହାକୁ କେନ୍ଦ୍ର ସରକାର ଅସ୍ୱୀକାର କରିଥିଲେ । ସେବେ କେନ୍ଦ୍ର ସରକାର ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ କିଛି ପରାମର୍ଶ ଦେଇଥିଲେ, ଯାହା ଉପରେ ମୋହର ଲଗାଇଛି ଦିଲ୍ଲୀ କ୍ୟାବିନେଟ୍ ।

ତେବେ ବିଧାୟକଙ୍କ ନୂଆ ଦରମା –

-) ମୌଳିକ ଦରମା-୩୦,୦୦୦

-) ନିର୍ବାଚନ କ୍ଷେତ୍ର ଭତ୍ତା- ୨୫,୦୦୦

-) ସଚିବାଳୟ ଭତ୍ତା- ୧୫,୦୦୦

-) ପରିବହନ ଭତ୍ତା-୧୦,୦୦୦

-) ଟେଲିଫୋନ୍ – ୧୦,୦୦୦

ଏମିତି ମିଶାଇ ଜଣେ ବିଧାୟକ ମାସକୁ ୯୦ ହଜାର ଟଙ୍କା ଦିଆଯିବ ।

Get real time updates directly on you device, subscribe now.