fbpx

ଯୁବତୀଙ୍କ ଉପରେ ହେଲା ସନ୍ଦେହ, ଧରାପଡ଼ିବା ପରେ ଅନ୍ତଃବସ୍ତ୍ରରୁ ମିଳିଲା ଗଞ୍ଜେଇ-କୋକେନ୍

ନୂଆଦିଲ୍ଲୀ: ବିଶ୍ୱର ଅନେକ ସ୍ଥାନରେ ଡ୍ରଗ୍ସ, ଗଞ୍ଜେଇ ଭଳି ଜିନିଷର କାରବାର ହେଉଛି । ତେଣୁ ଏଥିପାଇଁ ସ୍ୱତନ୍ତ୍ର ନିୟମକାନୁନ୍ ରହିଛି । ଯାହା ଅଧୀନରେ ଏହାର କାରବାର କରୁଥିବା ଲୋକମାନଙ୍କୁ କଡ଼ା ଦଣ୍ଡ ମଧ୍ୟ ଦିଆଯାଉଛି । ତେବେ ଇତି ମଧ୍ୟରେ ବ୍ରାଜିଲ୍ ରେ ଗୋଟିଏ ଯୁବତୀ ଉପରେ ପୋଲିସର ସନ୍ଦେହ ହେବାରୁ ତାକୁ ଧରି ନେଇଥିଲେ । କିନ୍ତୁ ଯେତେବେଳେ ଉକ୍ତ ଯୁବତୀର ଯାଞ୍ଚ କରାଗଲା ସେତେବେଳେ ପୋଲିସ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ଯାଞ୍ଚ ସମୟରେ ଯୁବତୀଙ୍କର ଅନ୍ତଃବସ୍ତ୍ରରୁ ଗଞ୍ଜେଇ ଓ କୋକେନ୍ ମିଳିଥିଲା ।

ମିଡିଆ ରିପୋର୍ଟ ମୁତାବକ, ବ୍ରାଜିଲ୍ ର ସାଓ ପାଲୋ ସହରରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଅନ୍ତଃବସ୍ତ୍ରରୁ ଅନେକ ପ୍ରକାରର ଡ୍ରଗ୍ସ ଜବତ କରାଯାଇଛି । ପୋଲିସ୍ ଏହାକୁ ସେତେବେଳେ ଧରିବାରେ ସଫଳ ହୋଇଥିଲା ଯେତେବେଳେ ଯୁବତୀ ଜଣକ ଏହାକୁ ବିକ୍ରି କରିବାକୁ ନେଇ ଯାଉଥିଲେ । ଯୁବତୀଙ୍କ ଉପରେ ପୋଲିସ୍ ର ସନ୍ଦେହ ହେବାରୁ ତାକୁ ଧରିଥିଲା । ଯାହାପରେ ତାଙ୍କ ଠାରୁ ବିପୁଳ ମାତ୍ରାରେ ଡ୍ରଗ୍ସ ଜବତ ହୋଇଥିଲା । ତେବେ ଯୁବତୀଙ୍କ ସହିତ ତାଙ୍କ ବୟଫ୍ରେଣ୍ଡଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଯୁବତୀଙ୍କ ଠାରୁ ଗଞ୍ଜେଇର ୮୫ଟି ବ୍ୟାଗ୍, କୋକେନ୍ ୨୯୫ ବ୍ୟାଗ୍ ଏବଂ କ୍ରାକ୍ ଡ୍ରଗର ୮ଟି ବ୍ୟାଗ୍ ମିଳିଛି । ପୋଲିସ୍ ଯୁବତୀଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା । ଏଥିରେ ପରଫ୍ୟୁମ୍ ବୋତଲରେ ଡ୍ରଗ୍ସ ବଟିକା ମଧ୍ୟ ଜବତ ହୋଇଛି । ଏବେ ପୋଲିସ୍ ଏହି ମାମଲାର ଯାଞ୍ଚ କରୁଛି ।

Get real time updates directly on you device, subscribe now.