fbpx

ସେପ୍ଟେମ୍ବର ୩ ସୁଦ୍ଧା ଦେଶ ଛାଡି ଚାଲି ଯାଅ, ରୁଷିଆର ୨୪ ରାଷ୍ଟ୍ରଦୂତଙ୍କୁ ଆମେରିକାର ଆଦେଶ

ନୂଆଦିଲ୍ଲୀ: ଆମେରିକା ଭିସା ଅବଧି ସରି ଯିବାରୁ ରୁଷିଆର ୨୪ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡି ଚାଲି ଯିବାକୁ ଆଦେଶ ଦେଇଛି । ରୁଷିଆର ରାଜଦୂତ ଅନାତୋଲି କହିଛନ୍ତି, ପ୍ରାୟ ସମସ୍ତ ରାଜଦୂତଙ୍କୁ ଆମେରିକା ଦେଶ ଛାଡି ଚାଲି ଯିବାକୁ କହିଛି, କାରଣ ଭିସା ଅବଧି ଶେଷ ହୋଇ ସାରିଛି ଏବଂ ଭିସା ଜାରି କରାଯିବା ପ୍ରକ୍ରିୟାକୁ ଆହୁରି କଡାକଡି କରି ଦିଆଯାଇଛି ।

ୱାଶିଂଟନର ପତ୍ରିକା ‘ଦ ନ୍ୟାସନାଲ ଇଣ୍ଟ୍ରେଷ୍ଟ’ ସହିତ ଆଲୋଚନା ବେଳେ ଅନାତୋଲି ଆଣ୍ଟୋନୋଭ କହିଛନ୍ତି, ଆମକୁ ୨୪ ରାଷ୍ଟ୍ରଦୂତଙ୍କ ତାଲିକା ମିଳିଛି । ସମସ୍ତଙ୍କୁ ୨୦୨୧ ସେପ୍ଟେମ୍ବର ୩ ସୁଦ୍ଧା ଆମେରିକା ଛାଡିବାକୁ କୁହାଯାଇଛି । ୨୦୨୦ ଡିସେମ୍ବରରେ ଆମେରିକା ବିଦେଶ ବିଭାଗ ରୁଷିଆର ରାଜଦୂତଙ୍କ ପାଇଁ ତିନି ବର୍ଷିଆ ଭିସା ଅବଧି ଜାରି କରିଥିଲା । କିନ୍ତୁ ଏହି ନିୟମ ଅନ୍ୟ କୌଣସି ଦେଶ ଉପରେ ଲାଗୁ ହେଉନଥିବା ଆଣ୍ଟୋନୋଭ କହିଛନ୍ତି ।

ଏହି ମାମଲାକୁ ନେଇ ଆମେରିକା ନିଜର ପ୍ରତିକ୍ରିୟା ରଖିଛି । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ମନେଡ ପ୍ରାଇସ୍ ଅନାତୋଲିଙ୍କ ଟିପ୍ପଣୀ ଉପରେ ଜବାବ ରଖି କହିଛନ୍ତି, ରୁଷିଆ ରାଜଦୂତଙ୍କ ମନ୍ତବ୍ୟ ଠିକ୍ ନୁହେଁ । ନେଡ୍ କହିଛନ୍ତି, ରୁଷିଆ ପାଇଁ ଭିସାର ଅବଧି ତିନି ବର୍ଷ ରହିବା କୌଣସି ନୂତନ କଥା ନୁହେଁ । ଭିସା ଅବଧି ସରିବା ପରେ ଲୋକଙ୍କୁ ଦେଶ ଛାଡିବାକୁ କୁହାଯାଏ କିମ୍ବା ଅବଧି ବଢାଇବାକୁ ଆବେଦନ ପାଇଁ କୁହାଯାଏ ।

 

Get real time updates directly on you device, subscribe now.